ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ଼

Published By : Prameya-News7 Bureau | July 31, 2020 IST

ଖୋର୍ଦ୍ଧା୩୧/୭: ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ପହଞ୍ଚି ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର୍‌ ହୋଇଯାଇଥିଲେ ।

ଖବରପାଇ ଏସ୍‌ଡିପି ସୁଶିଲ ମିଶ୍ର ଓ ଆଦର୍ଶ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛନ୍ତି । ତେବେ କେଉଁ କାରଣରୁ ଓ କିଏ ବୋମାମାଡ଼ କରିଛି ତାହା ଜଣାପଡ଼ିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.