ଭଦ୍ରକ୧୭/୪: ଲକଡାଉନ୍ରେ ଭଦ୍ରକରେ ଖୋଲିବ ବହି ଏବଂ ଷ୍ଟେସ୍ନାରି ଦୋକାନ। ସକାଳ ୬ଟାରୁ ମଧ୍ୟହ୍ନ ୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲା ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଛାତ୍ରଛାତ୍ରଙ୍କ ପାଠ ପଢ଼ାକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ଭାବେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବହି ଏବଂ ଷ୍ଟେସନାରୀ ଦୋକାନ ଖୋଲା ରହିବ। ଏହାସହ ଜରୁରୀ ସେବା ଲାଗି ଅଟୋ ଚଳାଚଳ ନିର୍ଦ୍ଦିଷ୍ଟ କାରଣ ଭିତ୍ତିରେ ଆରମ୍ଭ ହେବ। ଭଦ୍ରକ ଏସ୍ପି, ଡିଏମ୍ଏଚ୍ ଏବଂ ଆର୍ଟିଓଙ୍କୁ ଟ୍ୟାଗ କରି ଜିଲ୍ଲାପାଳ ଜ୍ଞାନ ଦାସ ଟ୍ବିଟ ଏହି ସୂଚନା ଦେଇଛନ୍ତି।
wp:core-embed/twitter {"url":"https://twitter.com/gyana_r_das/status/1251119288427196419?s=20","type":"rich","providerNameSlug":"twitter","className":""} /wp:core-embed/twitterସେହିପରି ଅଟୋ ଚଳାଚଳା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁମିତି ଦିଆଯାଇଛି। ସେଥିପାଇଁ ମଧ୍ୟ କିଛି କଟକଣା ରହିଛି। କେବଳ ରୋଗୀ ଏବଂ ତାଙ୍କ ସହ ଜଣେ ଆଟେନ୍ଡାଣ୍ଟ ଅଟୋରେ ଯାଇ ପାରିବେ। ରୋଗୀଙ୍କ ଘରଠାରୁ କେବଳ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ପାଇଁ ନିର୍ଦ୍ଦେଶ ରହିଛି।
wp:core-embed/twitter {"url":"https://twitter.com/gyana_r_das/status/1251117869141831680?s=20","type":"rich","providerNameSlug":"twitter","className":""} /wp:core-embed/twitterଯଦି ହସ୍ପିଟାଲ ବ୍ୟତୀତ ଅଟୋ ଚାଳନ ଅନ୍ୟ ସାଧାରଣ ଯାତ୍ରୀଙ୍କୁ ନେବେ ତେବେ ନିୟମ ଅନୁସାରେ ସେହି ଅଟୋକୁ ଜବତ କରାଯିବ। ସେହିପରି ଅଟୋ ଭଡା କେତେ ଟଙ୍କା ଏବଂ କେତେ ବାଟ ଯାଇ ପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି।
{"id":255818,"sizeSlug":"large"}