ବୁକି ସଞ୍ଜିବ ଚାୱଲାର ଭାରତ ପ୍ରତ୍ୟାର୍ପଣ ରାସ୍ତା ସଫା, ଲଣ୍ଡନ କୋର୍ଟ ଦେଲେ ଅନୁମତି

Published By : Prameya-News7 Bureau | January 16, 2020 IST

ଲଣ୍ଡନ ୧୬।୧:  ବୁକି ସଞ୍ଜିବ ଚାୱାଲା ପ୍ରତ୍ୟାର୍ପଣକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଟଳିଛି। ୱେଷ୍ଟମିନେଷ୍ଟର କୋର୍ଟ ଗୁରୁବାର ପ୍ରତ୍ୟାର୍ପଣ ନିବେଦନକୁ ମଞ୍ଜୁରି ଦେଇଛନ୍ତି। ସଞ୍ଜିବ ଚାୱାଲାଙ୍କ ଉପସ୍ଥିତିରେ ଏହି ଶୁଣାଣି ହୋଇଥିଲା। କୋର୍ଟଙ୍କ ନିଷ୍ପତ୍ତିରେ ଗୃହ ସଚିବଙ୍କ ସ୍ୱାକ୍ଷରର ୨୮ ଦିନ ମଧ୍ୟରେ କୌଣସି ଦିନ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ।  ସଞ୍ଜିବ ୨୦୦୦ ମସିହାରେ ଦେଶରେ ହୋଇଥିବା ମ୍ୟାଚ୍ ଫିକ୍ସିଂରେ ଜଡିତ ଥିବା ବେଳେ ଫେରାର ଥିଲା।

{"id":212212,"width":572,"height":321,"sizeSlug":"large"}

ଫିକ୍ସିଂରେ ଜଡିତ ଥିଲେ ଦକ୍ଷିଣ ଆଫ୍ରିକା ପୂର୍ବ କ୍ୟାପ୍ଟେନ
ମ୍ୟାଚ୍ ଫିକ୍ସିଂ ସ୍କାମ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ପୂର୍ବ କ୍ୟାପ୍ଟେନ ହେଁସି କ୍ରୋନିଏ ମଧ୍ୟ ଜଡିତ ଥିଲେ। ତେବେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ୱେଷ୍ଟମିନେଷ୍ଟର କୋର୍ଟରେ ସଞ୍ଜିବ ଚାୱାଲା ମାମଲାର ଶୁଣାଣି ଲାଗି ୨ ଦିନ ପୂର୍ବରୁ ଭାରତୀୟ ପୋଲିସ ଲଣ୍ଡନରେ ପହଞ୍ଚିସାରିଥିଲେ। ସେମାନେ ଆସନ୍ତା ୨୦ ତାରିଖରେ ଭାରତ ଫେରିଆସିବେ।

{"id":212214,"sizeSlug":"large"}

ଗତବର୍ଷ ମାର୍ଚ୍ଚମାସରେ ବ୍ରିଟେନ ଗୃହ ସଚିବ ସଞ୍ଜିବ ଚାୱାଲାର ପ୍ରତ୍ୟାର୍ପଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ଚାୱଲା ସଚିବଙ୍କ ଆଦେଶକୁ କୋର୍ଟରେ ଚାଲେଞ୍ଜ କରିଥିଲା। ୨୦୦୦ ମସିହାର ଏହି କୁଖ୍ୟାତ ମ୍ୟାଚ୍ ଫିକ୍ସିଂ ମାମଲାରେ ପୋଲିସ ୨୦୧୬ ମସିହାରେ ଚାୱଲାକୁ ବ୍ରିଟେନରେ ଗିରଫ କରାଯାଇଥିଲା। ତେବେ ପ୍ରତ୍ୟାର୍ପଣ ଅନୁମତି ମିଳିଯାଇଥିବାରୁ ୨୦ ବର୍ଷ ପରେ ମାମଲାର ଅଭିଯୁକ୍ତ ଭାରତ ଫେରିବାକୁ ଥିବା ବେଳେ ମୋକଦ୍ଦମା ପୁଣି ଖୋଲାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.