ପଢିବାକୁ ବହି ନେଇଥିଲେ, ଆଉ ଫେରାଇଲେନି : ୫୦ ବର୍ଷ ପରେ ଜୋରିମାନା ସହ କଲେ ପୈଠ

Published By : Prameya-News7 Bureau | August 06, 2021 IST

ନୂଆଦିଲ୍ଲୀ ୦୬।୦୮: ଲୋକ ଘରେ ବସି ପାଠ ପଢିବାକୁ ଲାଇବ୍ରେରୀରୁ ବହି ଆଣିଥାନ୍ତି । କିଛି ଦିନ ପଢିବା ପରେ ପୁଣି ଥରେ ଲାଇବ୍ରେରୀକୁ ଫେରାଇଦିଅନ୍ତି । କିନ୍ତୁ ଆପଣମାନେ ଏକ କଥା ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ୫୦ ବର୍ଷ ପରେ ଲାଇବ୍ରେରୀକୁ ଏହି ବହି ଫେରାଇଛନ୍ତି । ଏହାସହିତ ଏକ ଚିଠି ଓ  ଜୋରିମାନ ମଧ୍ୟ ପୈଠ କରିଛନ୍ତି ।

ପୈଠ ହୋଇଥିବା ଚିଠିରେ ଲେଖାଯାଇଛି ଯେ, ୫୦ ବର୍ଷ ତଳେ ଜଣେ ଛୋଟ ଝିଅ ଏହି ବହିକୁ ପଢିବା ପାଇଁ ଲାଇବ୍ରେରୀରୁ ନେଇଥିଲେ । କିଛି ଦିନ ବହିକୁ ପଢିବା ପରେ ଫେରାଇବାକୁ ଚେଷ୍ଟ କରିଛି । ହେଲେ ପ୍ରତ୍ୟେକ ଥର କିଛି ନି କିଛି କାରଣ ଲାଗି ବହିକୁ ଫେରାଇନଥିଲି । ସେଥିଲାଗି ଏତେ ଦିନ ଲାଗିଗଲା । ତେବେ ଦେଖୁ ଦେଖୁ ସମୟ ଗଡିଚାଲିଲା । ଇତିମଧ୍ୟରେ ୫୦ ବର୍ଷ ବିତିଗଲାଣି ।

ଚିଠିରେ ସେ ଆହୁରୀ ମଧ୍ୟ ଲେଖାଅଛି କି, ମୁଁ ଜାଣିଛି ଏତେ ବର୍ଷ ଧରି ବହି ଫେରାଇନାହିଁ । ଯେଉଁଥିଲାଗି ତାଙ୍କୁ ଆଗାମୀ ଦିନରେ ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ଶେଷରେ ମୁଁ ବାଧ୍ୟ ହୋଇ ବହିକୁ ଫେରାଇଛି । ଏହାସିହତ ୨୦ ଡଲାର (୧.୪୮୩ଟଙ୍କା) ଜୋରିମାନା ଆକାରରେ ଫେରାଉଛି । ବହି ଆଉ ଜୋରିମାନା ମୁଁ ଏକାସାଙ୍ଗରେ ଲାଇବ୍ରେରୀରେ ପୈଠ କରିଛି । ତେଣୁ ମୋ ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା କରୁଛି ।

ତେବେ ଲାଇବ୍ରେରୀକୁ ୫୦ ବର୍ଷ ପରେ ଫେରିଥିବା ବହିଟି ହେଉଛି, ଲେଖକ ବର୍ଟନ ହାବସନ୍‌ଙ୍କ ଦ୍ୱାରା ଲେଖାଯାଇଥିବା  "Coins You Can Collect" । ସେପଟେ ଏହି ବହି ଆଉ ହାତ ଲେଖା ଚିଠିକୁ ଖୁବଶୀଘ୍ର ଲାଇବ୍ରେରୀ ପ୍ରଦର୍ଶିତ କରାଯିବ ବୋଲି ଜଣେ ଲାଇବ୍ରେରୀର ଜଣେ ଅଧିକାରୀ କହିଛନ୍ତି । ପେନ୍‌ସେନ୍‌ଭେନିଆର ଉତ୍ତରପୂର୍ବ ଅଞ୍ଚଳରେ ଥିବା ପ୍ଲାଇମାଉଥ ପବ୍ଲିକ ଲାଇବ୍ରେରୀ ଏହି ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.