ଏବେ ୧୧ ହଜାର ଟଙ୍କା ଦେଇ ବୁକ କରିପାରିବେ ନୂଆ ଵଲେନୋ ; ଜାଣନ୍ତୁ ଏଥିରେ କ'ଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | January 22, 2019 IST

ଦିଲ୍ଲୀ ୨୨/୧ : ମାରୁତି ସୁଜୁକି ବର୍ତ୍ତମାନ ଏବେ ତାର ହଚବ୍ୟାକ ଵଲେନୋକୁ ଅପଡେଟ କରୁଛି | ୨୦୧୯ ମାରୁତି ଵଲେନୋ ଫେସ ଲିଫ୍ଟ ପାଇଁ ବୁକିଂ ୧୧ ହଜାର ଟଙ୍କାରେ ଆରମ୍ଭ କରିଦିଆଯାଇଛି | ଏଥିରୁ ଜଣାପଡୁଛି ଯେ, ନୂଆ ଵଲେନୋ ଖୁବ ଶୀଘ୍ର ଲଞ୍ଚ ହୋଇପାରେ | ଲଂଚ ହେବାପରେ ନୂଆ ଵଲେନୋ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ |

{"id":76959,"width":588,"height":363}

୨୦୧୫ ମସିହା ଅକ୍ଟୋବର ମାସରେ ମାରୁତି ସୁଜୁକି ଭାରତୀୟ ବଜାରକୁ ଆସିଥିଲା | ଏବେ ପର୍ଯ୍ୟନ୍ତ କମ୍ପାନୀ ଏହାର ୫ ଲକ୍ଷରୁ ଅଧିକ ୟୁନିଟ ବିକ୍ରି କରି ସାରିଛି | ଏବେ ସାଢେ ୩ ବର୍ଷ ପରେ ଏହି କାର ଅପଡେଟ ହେବାକୁ ଯାଉଛି |

ଵଲେନୋ ଫେସ ଲିଫ୍ଟରେ ନୂଆ ଫ୍ରଣ୍ଟ ବମ୍ପର ଡିଜାଇନ ଏବଂ ଅପଡେଟେଡ ଫାଗ ଲ୍ୟାମ୍ପ ହାଉଜିଙ୍ଗ ଏବଂ ସେଣ୍ଟ୍ରାଲ ଏୟାର ଡେମ ମିଳିବ | ଏହି କସମେଟିକ ଅପଡେଟ ଛଡା କମ୍ପାନୀ ଆଉ କେତେକ ଅତିରିକ୍ତ ଫିଚର୍ସ ମଧ୍ୟ ଯୋଡ଼ିଛି | ଷ୍ଟାଣ୍ଡାର୍ଡ ହିସାବରେ ଏହି କାରରେ ରିଭର୍ସ ପାର୍କିଙ୍ଗ ସେନ୍ସର ଏବଂ ହାଇ ସ୍ପିଡ଼ ଆଲର୍ଟ ସିଷ୍ଟମ ରହିବ | ଏକ ସେଫଟି ଫିଚର୍ସ ସହ ଅପଡେଟେଡ ଉପକରଣ ମଧ୍ୟ ମିଳିବ | କିଛି ବର୍ଷା ସେନସିଙ୍ଗ ବାଇପାସ, କୄଜ କଣ୍ଟ୍ରୋଲ, ABS, ISOFIX ଚାଇଲଡ ମାଉଣ୍ଟରସ ଏବଂ ଡୁଆଲ ଏୟାରଵେଗ ଭଳି ଫିଚର୍ସ ମଧ୍ୟ ମିଳିବ |

{"id":76960}

ମେକାନିକାଲ ହିସାବରେ କାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ | ନୂଆ ଵଲେନୋରେ ପୁରୁଣା ଇଂଜିନ ହିଁ ରହିବ | ଏଥିରେ ୧.୨ ଲିଟର ପେଟ୍ରୋଲ ଏବଂ ୧.୩ ଲିଟର ଡିଜେଲ ଅପସନ ରହିବ | ପେଟ୍ରୋଲ ଇଂଜିନ 83bhp ପାୱାର ଏବଂ 115Nm ର ପିକ ଟର୍କ ଜେନେରେଟ କରେ | ଅପରପକ୍ଷରେ ଡିଜେଲ ଇଂଜିନ 74bhp ପାୱାର ଏବଂ 200Nm ର ପିକ ଟର୍କ ଜେନେରେଟ କରେ | ଉଭୟ ଇଂଜିନରେ ଷ୍ଟାଣ୍ଡାର୍ଡ ଅନୁସାରେ ୫ଟି ଗିଅର ବକ୍ସ ରହୁଛି |

{"id":76961}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.