Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

‘Mr India trilogy’ରେ ଶ୍ରୀଦେବୀଙ୍କ ଭୂମିକାରେ ଝିଅ ଜାହ୍ନବୀ ଅଭିନୟ କଲେ ଖୁସି ହେବେ ବୋନି : ନିର୍ମାତା ଅଲ୍ଲୀ ଅବାସ

8/01/2021 at 12:56 PM

ମୁମ୍ବାଇ ୮।୧: ଚଳଚିତ୍ର ନିର୍ମାତା ଅଲ୍ଲୀ ଅବାସ ଜଫର ନିଜର ଚଳଚିତ୍ର ‘ମିଷ୍ଟର ଇଣ୍ଡିଆ’ ର ଟ୍ରାୟୋଲୋଜି ବିଷୟରେ କହିଛନ୍ତି । ୧୯୮୭ ମସିହାରେ ରିଲିଜ ହୋଇଥିବା ଶେଖର କପୁରଙ୍କ ଚଳଚିତ୍ର ‘ମିଷ୍ଟର ଇଣ୍ଡିଆ’ ସହ ଏହାର କୌଣସି ସମ୍ବନ୍ଧ ନାହିଁ । ଯେଉଁଥିରେ ଅନିଲ କପୁର ଏବଂ ଶ୍ରୀଦେବୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ‘ମିଷ୍ଟର ଇଣ୍ଡିଆ’ ଚଳଚିତ୍ର ଆନ୍ତର୍ଜାତୀୟ ମାନକ ଉପରେ ଆଧାରିତ ଏକ ନୂଆ କାହାଣୀ |

କ’ଣ ଜାହ୍ନବୀ କପୁର ନିଜ ମା ଶ୍ରୀଦେବୀଙ୍କ ପରି ନୂଆ ‘ମିଷ୍ଟର ଇଣ୍ଡିଆ’ ଚଳଚିତ୍ରରେ ଅଭିନୟ କରିବ ? ଅଲ୍ଲୀଙ୍କୁ ପଚରା ଯାଇଥିବା ଏହି ପ୍ରଶ୍ନ ଉପରେ ଅଲ୍ଲୀ କହିଛନ୍ତି ଯେ, ଏହା ଦ୍ବାରା ଫିଲ୍ମର ନିର୍ମାତା ବୋନି କପୁର ବାସ୍ତବରେ ବହୁତ ଖୁସି ହେବେ | ପ୍ରଥମ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମରେ ଶ୍ରୀଦେବୀ ଏକ ପତ୍ରକାର ଭାବରେ ଅଭିନୟ କରିଥିଲେ |

ଏକ ସାକ୍ଷାତକାରରେ ଅଲ୍ଲୀ ଅବାସ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି ଭାରତ ଏବଂ ଭାରତ ବାହାରେ ସୁଟିଂ ହେବ | ଅନୀଲ କପୁରଙ୍କ ମିଷ୍ଟର ଇଣ୍ଡିଆ ସହ ସହ ଏହାର କୌଣସି ସମ୍ପର୍କ ନାହିଁ । ଏହା ଏକ ବଡ ବଜେଟ୍ ଏବଂ ଉଚ୍ଚ ଉତ୍ପାଦନ ମୂଲ୍ୟ ସହିତ ଏକ ନୂତନ ବିଜ୍ଞାନ ଆଧାରିତ ଚଳଚିତ୍ର | ଏହି ଚଳଚିତ୍ର ଆନ୍ତର୍ଜାତୀୟ ସ୍ତରର ହେବ ବୋଲି ସେ କହିଛନ୍ତି ।

ବୋନିଙ୍କ ପୁଅ ଅଭିନେତା ଅର୍ଜୁନ କପୁର ମିଷ୍ଟର ଇଣ୍ଡିଆର ଅଭିନୟ କରିବେ କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅଲ୍ଲୀ କହିଥିଲେ ଯେ, କଳାକାରମାନଙ୍କୁ ନେଇ କୌଣସି କଥା ହୋଇ ନାହାଁନ୍ତି, କିନ୍ତୁ ଏହା କହିଛନ୍ତି କି ଯଦି ଶ୍ରୀଦେବୀଙ୍କ ଭୂମିକାରେ ତାଙ୍କ ଝିଅ ଜାହ୍ନବୀ କପୁରଙ୍କୁ କାଷ୍ଟ କରାଯାଏ, ତାହେଲେ ବୋନି ବାସ୍ତବରେ ବହୁତ ଖୁସି ହେବେ |

ଶେଖର କପୁର ‘ମିଷ୍ଟର ଇଣ୍ଡିଆ-୨’ ନେଇ ଟ୍ବିଟରରେ ଲେଖିଛନ୍ତି ଯେ, ଏହି ଫିଲ୍ମ ବିଷୟରେ ମୋତେ କେହି କିଛି କହି ନାହାଁନ୍ତି କି ପଚାରି ନାହାଁନ୍ତି | ମୁଁ ଅନୁମାନ କରି କହିପାରିବି ଯେ, ସେ ଏକ ବଡ ସଫଳତା ପାଇବା ପାଇଁ ଏହି ଟାଇଟଲର ବ୍ୟବହାର କରୁଛନ୍ତି |

   Related Posts