ଦିନେ ବୋନି କପୁରଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ଶ୍ରୀଦେବୀ: ଏମିତି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

Published By : Prameya-News7 Bureau | November 11, 2021 IST

ମୁମ୍ବାଇ ୧୧/୧୧ : ୮୦ ଓ ୯୦ ଦଶକରେ ଶ୍ରୀଦେବୀ ନିଜର ଚମତ୍କାର ଅଭିନୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହାସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚା ହେଉଥିଲା। ମିଥୁନ୍ ଚକ୍ରବର୍ତ୍ତିଙ୍କ ସହ ସମ୍ପର୍କ ହେଉ କିମ୍ବା ବୋନି କପୁରଙ୍କ ସହ ନିବିଡ଼ତା ଏହାକୁ ନେଇ ବଲିଉଡରେ ଚର୍ଚ୍ଚା ଲାଗି ରହୁଥିଲା। ଶ୍ରୀଦେବୀ ପ୍ରତିବର୍ଷ ବୋନି କପୁରଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ହଠାତ ଦିନେ ବୋନି କପୁର ଓ ଶ୍ରୀଦେବୀଙ୍କ ଭାଇ-ଭଉଣୀ ସମ୍ପର୍କ ପ୍ରେମ ସମ୍ପର୍କର ରୂପ ନେଇଥିଲା । ଦୁଇଜଣ ପରସ୍ପରକୁ ଭଲପାଇ ବସିଲେ। ଆଜି ବୋନି କପୁରଙ୍କ ୬୬ତମ ଜନ୍ମଦିନରେ ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଦୁଇଜଣଙ୍କ ପ୍ରେମ କାହାଣୀ । ଶ୍ରୀଦେବୀଙ୍କୁ କାହିଁକି କୁହା ଯାଉଥିଲା ଘରଭାଙ୍ଗି ଅଭିନେତ୍ରୀ ।

{"id":542228,"sizeSlug":"full","linkDestination":"none"}

ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା କପୁର ଓ ଶ୍ରୀଦେବୀ ଦୁଇ ଜଣ ଭଲ ବନ୍ଧୁ ଥିଲେ। ଶ୍ରୀଦେବୀ ମୋନାଙ୍କ ଘରେ ମଧ୍ୟ ବହୁତ ଦିନ ରହିଥିଲେ । ସେ ଏହି ସମୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଡେଟ୍ କରୁଥିଲେ। ୧୯୮୫ ମସିହାରେ ସେ ମିଥୁନଙ୍କୁ ଲୁଚି ଛପି ବାହା ହୋଇଥିଲେ ବୋଲି ମଧ୍ୟ କୁହାଯାଏ।

{"id":542229,"width":648,"height":486,"sizeSlug":"full","linkDestination":"none"}

ଏକ ସାକ୍ଷାତକାରରେ ମୋନା କପୁର କହିଛନ୍ତି ଯେତେବେଳେ ମିଥୁନଙ୍କୁ ସନ୍ଦେହ ହେଲା ଶ୍ରୀଦେବୀ ଓ ବୋନିଙ୍କ ଭିତରେ କିଛି ଚାଲିଛି ସେହି ସମୟରେ ଶ୍ରୀଦେବୀ ବୋନିଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। ମୋନା କହିଥିଲେ ମିଥୁନଙ୍କୁ ତାଙ୍କ ଭଲପାଇବା ପ୍ରମାଣ ପାଇଁ ବୋନିଙ୍କ ହାତରେ ଶ୍ରୀଦେବୀ ରାକ୍ଷୀ ବାନ୍ଧୁଥିଲେ।

{"id":542231,"sizeSlug":"full","linkDestination":"none"}

ବୋନି କପୁର ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ ସମୟରେ ଶ୍ରୀଦେବୀଙ୍କୁ ଅଭିନେତ୍ରୀ ଚରିତ୍ର ପାଇଁ ଅଫର ଦେଇଥିଲେ ଓ ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ତାଙ୍କ ମନର କଥା ଜଣାଇ ତାଙ୍କୁ ଭଲ ପାଆନ୍ତି ବୋଲି ଶ୍ରୀଦେବୀଙ୍କୁ ପ୍ରକାଶ କରିଥିଲେ। ଏହା ପରେ ଅନେକ ଚଳଚ୍ଚିତ୍ରରେ ଦୁହେଁ ଏକାସାଙ୍ଗେ କାମ କରିଥିଲେ ଓ ବହୁତ ସମୟ ଏକାଠି ବିତାଇଛନ୍ତି। ମୋନାଙ୍କର ଶ୍ରୀଦେବୀଙ୍କ ଉପରେ ସନ୍ଦେହ ନଥିଲା କାରଣ ଶ୍ରୀଦେବୀ ବୋନିଙ୍କୁ ସବୁବେଳେ ଭାଇ ବୋଲି ଡାକୁଥିଲେ ।

{"id":542230,"width":678,"height":444,"sizeSlug":"full","linkDestination":"none"}

ହଠାତ୍ ଦିନେ ମୋନା ଜାଣିବାକୁ ପାଇଲେ ଶ୍ରୀଦେବୀ ଗର୍ଭବତୀ ଅଛନ୍ତି । ଏହା ଶୁଣି ମୋନା କପୁର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାପରେ ବୋନି ମୋନାଙ୍କୁ ଛାଡ଼ପତ୍ର ଦେଇ ୧୯୯୬ ମସିହାରେ ଶ୍ରୀଦେବୀଙ୍କୁ ମନ୍ଦିରରେ ବାହା ହୋଇଥିଲେ। ଏହାର କିଛି ଦିନ ପରେ ଜାହ୍ନବୀ ଜନ୍ମ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.