ଦାଦନ ଦୁଃଖ : ଆନ୍ଧ୍ରରେ ୫ଦିନ ହେଲା ବନ୍ଧା ପଡିଛନ୍ତି ୩ ଓଡିଆ, ୮୦ହଜାର ଟଙ୍କା ଲେଖାଏଁ ମୁଣ୍ଡ ଜାମିନ

Published By : Prameya-News7 Bureau | February 02, 2019 IST

ମୋହନା ୨|୨: ପୁଣିଥରେ ସାମ୍ନାକୁ ଆସିଛି ଦାଦନ ଦୁଃଖ । ଗଜପତି ମୋହନା ଥାନା ଅନ୍ତର୍ଗତ କିର୍ତିଙ୍ଗି ଗ୍ରାମର ୩ ଓଡିଆ, ପଡୋଶୀ ଆନ୍ଧ୍ର ପ୍ରଦେଶର ତିରୁମାଲାରେ ଜଣେ ବ୍ୟବସାୟୀଙ୍କ ପାଖରେ ପଣବନ୍ଦୀ ହୋଇ ରହିଛନ୍ତି । ୫ଦିନ ଧରି ଗୋଟିଏ ଘରେ ନଜରବନ୍ଦୀ ହୋଇ ଶ୍ରମିକ ମାନେ ଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

{"id":80831}

ସୂଚନା ଅନୁସାରେ ଗତ ୬ମାସ ତଳେ ଜିନସ ନାୟକ, ସାମୁଏଲ ଦଳାଇ ଓ ଅମର କରାଡ ଜଣେ ଦଲାଲଙ୍କ କଥାରେ ଲୁଗା ଫେରି କରି ବିକିବା କାମରେ ଆନ୍ଧ୍ର ପ୍ରଦେଶର ତିରୁମଲା ଯାଇଥିଲେ । କିଛି ଦିନ ସେଠାରେ କାମ କରିବା ପରେ ଗାଁକୁ ଫେରିବା ଲାଗି ସାହୁକାରଙ୍କୁ କହିବା ସହ ପାରିଶ୍ରମିକ ମଧ୍ୟ ଦାବି କରିଥିଲେ । ହେଲେ ସାହୁକାର ଶ୍ରମ ଟଙ୍କା ଦେବା ତ ଦୂରର କଥା ଗାଁକୁ ଫେରିବାକୁ ହେଲେ ପ୍ରତ୍ୟେକ ଶ୍ରମିକଙ୍କ ପିଛା ୮୦ହଜାର ଟଙ୍କା ଲେଖାଏଁ ଜମା କରିବା ଲାଗି ଦାବି କରିଛନ୍ତି । ଏହାସହ ଗୋଟିଏ ଘରେ ବନ୍ଦ ରଖି ନିର୍ଯାତନା ଦିଆଯାଉଥିବା ସେମାନେ ପରିବାର ଲୋକଙ୍କୁ ଜଣାଇଛନ୍ତି । ଫସି ରହିଥିବା ସମ୍ପର୍କୀୟଙ୍କୁ ଫେରାଇ ଆଣିବା ଲାଗି ଶ୍ରମ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି ।

{"id":80832}

ଶ୍ରମିକଙ୍କ ଫସି ରହିଥିବା ଖବର ଶ୍ରମ କମିଶନର ଜାଣିବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଶ୍ରମ ଅଧୀକାରୀଙ୍କ ଜରିଆରେ ତଦନ୍ତ କରାଇବା ସହ କିଭଳି ଫସିରହିଥିବା  ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ସେନେଇ ଉଦ୍ୟମ କରାଯାଉଥିବା ଶ୍ରମ କମିଶନର ସୂଚନା ଦେଇଛନ୍ତି ।

{"id":80833}

ଦଲାଲ କବଳରେ ପଡି ଅନେକ ସମୟରେ ଶ୍ରମିକ ମାନେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ନିର୍ଯାତନାର ଶୀକାର ହେଉଥିବାବେଳେ ଏହାକୁ ରୋକିବା ସହ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଜରୁରୀ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.