Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ବାହାରକୁ ଚାଲାଣ ବେଳେ ୩୪ଦାଦନ ଶ୍ରମିକ ଉଦ୍ଧାର

12/12/2019 at 9:01 AM

କଣ୍ଟାବାଞ୍ଜି ୧୨।୧୨: ରେଲୱେ ଷ୍ଟେସନ ନିକଟରୁ ୩୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି ।ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଲୱେ ଷ୍ଟେସନ ନିକଟରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ତୁରେକେଲା ପୋଲିସ ଏମାନଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶ୍ରମିକ ବେଲପଡା ଥାନା ନୁନହାଡ଼ ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ମଧ୍ୟ ବାହାର ରାଜ୍ୟକୁ ଚାଲାଣ ବେଳେ ୯ଜଣ ଦାଦନ ଶ୍ରମିକଙ୍କୁ ରେଳୱେ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା

   Related Posts