ଚାଲାଣ ବେଳେ ୨୦ ଦାଦନ ଶ୍ରମିକ ଉଦ୍ଧାର, ଦୁଇ ଦଲାଲ ଗିରଫ

Published By : Prameya-News7 Bureau | May 30, 2019 IST

ରାୟଗଡା ୩୦|୫: ତଲେଙ୍ଗାନା ରାଜ୍ୟ ଅନ୍ତର୍ଗତ ଗୁଂଟୁର ସହରକୁ ଚାଲାଣ ବେଳେ ୨୦ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଦାଦନଙ୍କ ମଧ୍ୟରେ ୧୨ ଜଣ ଅପ୍ରାପ୍ତ ବୟସର ରହିଛନ୍ତି । ଉଦ୍ଧାର ସମସ୍ତ ଦାଦନ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ବୋଲି ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ନିଜ ଗାଁରୁ ଆସି ଏହି ଦାଦନମାନେ ଦଶମନ୍ତପୁର ଅଂଚଳରୁ ଆସି ରାୟଗଡା ରେଳଷ୍ଟେସନ ଟ୍ରେନକୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବରପାଇ କିଛି ସ୍ବେଚ୍ଛାସେବୀ ପହଂଚି ସେମାନଙ୍କୁ ପଚରାଉଚୁରା ପରେ ଉଦ୍ଧାର କରି ରେଳବାଇ ପୋଲିସକୁ ହସ୍ତାନ୍ତର କରିଥିଲେ।

ଏଥିସହ ଦୁଇଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଦଲାଲ ହେଲେ ଆନ୍ଧପ୍ରଦେଶର ବବିଲି ସହରର ବି. ଉହେଶ ଓ ପି. ନାଗଭୂଷଣ। ଉଦ୍ଧାର ପରେ ଦାଦନମାନଙ୍କୁ ଚାଇଲ୍ଡଲାଇନ ଓ ଶ୍ରମ ବିଭାଗକୁ ପୋଲିସ ହସ୍ତାନ୍ତର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.