୫୦ହଜାର ଟଙ୍କା ପାଇଁ ଦାଦନରେ ବନ୍ଧକ, ପ୍ରଶାସନକୁ ବିନତୀ କଲେ ପରିବାର

Published By : Prameya-News7 Bureau | December 13, 2019 IST

କଳାହାଣ୍ଡି ୧୩।୧୨: କଳାହାଣ୍ଡିରୁ ପୁଣି ଆସିଛି ଦାଦନ ଦୁଃଖ ।୫୦ ହଜାର ଟଙ୍କା ପାଇଁ ଦଲାଲ ପାଖରେ ବନ୍ଧା ପଡିଛନ୍ତି ୨ ଦାଦନ ଶ୍ରମିକ । ବନ୍ଧକ ପଡିଥିବା ଶ୍ରମିକଙ୍କ ମୁକ୍ତି ପାଇଁ ପ୍ରଶାସନ ନିକଟରେ ପରିବାରଲୋକ ଫେରାଦ ହୋଇଛନ୍ତି ।

{"id":197071,"sizeSlug":"large"}

ସୂଚନାଯୋଗ୍ୟ ଯେ, କଲମପୁର ବ୍ଲକର ୮ଜଣ ଶ୍ରମିକଙ୍କୁ ଅଧିକ ରୋଜଗାରର ଲୋଭ ଦେଖାଇ ଦଲାଲ ମନୋଜ ଦଳପତି ମୁମ୍ବାଇ ନେଇଥିଲେ । ସେଠାରେ ଠିକାଦାରଙ୍କ ଅକଥନୀୟ ନିର୍ଯାତନା ସହି ନପାରି ଜୀବନ ବିକଳରେ ଗାଁକୁ ଚାଲିଆସିଥିଲେ ୬ ଶ୍ରମିକ । ହେଲେ ଏବେବି ବ୍ରାହ୍ମଣକେନ୍ଦୁଗୁଡା ଗାଁର ରୂପେନ୍ଦ୍ର ମାଝୀ ଓ ହାରାଲାଲ ଗାଁର ନରୋତ୍ତମ ଶବର ଦଲାଲ ନିକଟରେ ବନ୍ଧା ପଡିଛନ୍ତି । ମୁକୁଳି ଆସିଥିବା ଶ୍ରମିକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ସମାଜସେବୀ ଦଲାଲ ସହ କଥା ହୋଇଥିଲେ । ଶ୍ରମିକଙ୍କ ନାଁରେ ଦିଆଯାଇଥିବା ୫୦ ହଜାର ଟଙ୍କା ମିଳିବା ପରେ ସେମାନଙ୍କୁ ଛଡାଯିବ ବୋଲି ରୋକଠୋକ ଶୁଣାଇ ଦେଇଛି ଦଲାଲ । ସେପଟେ ବନ୍ଧକ ପଡିଥିବା ଶ୍ରମିକଙ୍କ ପରିବାର ଲୋକ ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.