ଟିଟିଲାଗଡ ରେଳ ଷ୍ଟେସନରୁ ଦାଦନ ଖଟିବାକୁ ଯାଉଛନ୍ତି ଶହ ଶହ ଶ୍ରମିକ ; ସହଯୋଗ କରୁଛନ୍ତି ରେଲଓ୍ବେ ପୋଲିସ !

Published By : Prameya-News7 Bureau | December 08, 2018 IST

ଟିଟିଲାଗଡ ୦୮|୧୨: ଧାନ ଅମଳସରିଲା, ଆରମ୍ଭ ହେଲା ଦାଦନ ଋତୁ । ଟିଟିଲାଗଡ ରେଲ ଷ୍ଟେସନରୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତିଶହ  ଶହ ଶ୍ରମିକ । ତେବେ ସବୁଠୁ ବଡ ଅଭିଯୋଗ, ଦାଦନ ଶ୍ରମିକ  ଚାଲାଣକୁ  ସହଯୋଗ  କରୁଛି  ଟିଟିଲାଗଡ  ଜିଆରପି । ସୁପରଫାଷ୍ଟ  ଟ୍ରେନ  ଷ୍ଟେସନରୁ  ଛାଡିବା  ପରେ  ବି  ଶ୍ରମିକ  ଚାଲାଣପାଇଁ ଅଟକି ଯାଉଛି ପ୍ଲାଟଫର୍ମରେ ।  ଏଭଳି ଦେଖିବାକୁମିଳିଛି ଟିଟଲାଗଡ  ରେଳ ଷ୍ଟେସନରେ ।

ପ୍ଲାର୍ଟଫର୍ମରେ  ଅଛନ୍ତି ଶ୍ରମିକ । ପାଖରେ  ରହିଛନ୍ତି  ଟିଟିଲାଗଡ ଜିଆରପି  ଅଧିକାରୀଙ୍କ ସମେତ  ସଦଳବଳ । ହେଲେ ଏହି  ପୋଲିସ  ଫୋର୍ସ  ଦାଦନ  ଶ୍ରମିକମାନଙ୍କୁ  ଉଦ୍ଧାର  କରିବା  ପାଇଁ  ନୁହେଁ  ।  ବରଂ  ଶ୍ରମିକଦଲାଲ ସହ ମିଶି  ସେମାନଙ୍କୁ  ବାହାର  ରାଜ୍ୟକୁ  ଚାଲାଣ କରିବା ପାଇଁ । ସମ୍ବଲପୁର   ନାନ୍ଦେଡ  ନାଗାବଲୀ ଏକ୍ସପ୍ରେସରେ ଆଜି  ବଲାଙ୍ଗିର ଓ ବରଗଡ  ଜିଲ୍ଲାର ଶହ ଶହ  ଦାଦନଶ୍ରମିକ ପିଲାଛୁଆଙ୍କୁ ଧରି  ହାଇଦ୍ରାବାଦ ତଥା  ୱାରଙ୍ଗାଲ ଅଭିମୁଖେ  ଯାତ୍ରା କରୁଛନ୍ତି । ଟ୍ରେନ  ଭିତରେ  ବହୁ  ଶିଶୁଶ୍ରମିକ ବି  ଅଛନ୍ତି । ଦାଦନ  ଦଲାଲ  ସହ  ପୁରା  ଦାମରେ  ଲାଗିପଡିଛି ରେଲୱେ ପୋଲିସ  ଶ୍ରମିକମାନଙ୍କୁ ଟ୍ରେନ  ଭିତରକୁ  ଚଢେଇବା ପାଇଁ ।

{"id":61952}

କେବଳ  ଏତିକି  ନୁହେଁ। ଦାଦନ  ଦଲାଲର  ହାତ  ଟ୍ରେନ  ଚାଳକ  ଉପରେ  ବି  ରହିଛି। ପ୍ଲାର୍ଟଫର୍ମରୁ  ଟ୍ରେନ  ଛାଡିବା ପରେ  ବି  ବେଶ୍  ଆରାମରେ  ହାତ  ହଲାଇ  ଟ୍ରେନକୁ ରୋକି  ଶ୍ରମିକମାନଙ୍କୁ  ଜୋର  ଜବରଦସ୍ତଟ୍ରେନ୍  ଭିତରକୁ  ଠେଲିଦେଉଛନ୍ତି ।  ଏସବୁ  ଦୃଶ୍ୟ   କ୍ୟାମେରାରେ  ରେକର୍ଡ   ହେବା  ଦେଖି  ଦାଦନଦଲାଲକୁ  ପୋଲିସ ବାବୁମାନେ  ଜିଆରପି ଥାନାକୁ ନେଇ  ଆସିଲେ । ହେଲେ ଏଠି ବି ଦଲାଲଙ୍କ ନାଲି ଆଖି ଦେଖିବାକୁମିଳିଛି । ତେବେ ଟିଟିଲାଗଡ  ଜିଆରପି   ଅଧିକାରୀ କିଛି  ନଜାଣିବା  ଭଳି  ଅଭିନୟ  କରିବା ସହ ଟ୍ରେନ୍  ଭିତରେ  କୌଣସି  ଶିଶୁ  ତଥା  ନାବାଳକ ନଥିବା  ବି  କହିଛନ୍ତି । ପୁରା ଘଟଣାରେ ପୋଲିସର   କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.