ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବି ଉତ୍କଟ ଦାଦନ ସମସ୍ୟା : ତାମିଲନାଡୁରେ ବନ୍ଧାପଡିଛି ଦାଦନ, ପିଲାଙ୍କ ମୁହଁରେ ଦାନା ଦେବାକୁ ସ୍ତ୍ରୀ ମାଗୁଛି ଭିକ

Published By : Prameya-News7 Bureau | January 30, 2019 IST

ଯାଜପୁର ୩୦|୧: ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବି ମୁଣ୍ଡ ଟେକୁଛି ଦାଦନ ସମସ୍ୟା । ଯାଜପୁର ପୁବଳ ପଞ୍ଚାୟତ ବୋତଲଣ୍ଡା ଗାଁର ଅର୍ଜୁନ ସାମାନ ପେଟ ପାଟଣା ପାଇଁ ତାମିଲନାଡ଼ୁ ଯାଇ ବନ୍ଧା ପଡ଼ିଛନ୍ତି । ସେପଟେ ପିଲାଙ୍କ ମୁହାଁରେ ଆହାର ଦେବାକୁ  ମୂଲ ଲାଗୁଛନ୍ତି ନହେଲେ ଭିକ ମାଗୁଛନ୍ତି ସ୍ତ୍ରୀ ସରସ୍ବତୀ ।

{"id":79818}

ଇଏ ହେଉଛନ୍ତି ସରସ୍ବତୀ ସାମାନ । ଘର ଯାଜପୁରର ବୋତଲଣ୍ଡା ଗାଁ । ସୁକିନ୍ଦା  ବ୍ଲକ ପରିସରରେ ଅନୁଷ୍ଠିତ ଜନ ଶୁଣାଣିକୁ ନିଜ ଅଭିଯୋଗ ନେଇ ଆସିଛନ୍ତି ସେ । ସରସ୍ବତୀଙ୍କ ସ୍ବାମୀ ଅର୍ଜୁନ ପେଟ ପାଟଣା ପାଇଁ ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି । ତେଣୁ ସ୍ବାମୀଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ସରସ୍ବତୀ । ବିନା ପାରିଶ୍ରମିକରେ ୧୫ ଘଣ୍ଟାରୁ ଅଧିକ ସମୟ ଖଟାଉଛି କଂପାନୀ । ଏପରିକି ମାନସିକ ନିର୍ଯାତନା ବି ଦିଆଯାଉଛି ଅର୍ଜୁନଙ୍କୁ । ବଡ଼ ଝିଅ ଜଣକ ଘରେ ଛେଳି ଚରାଇ ପେଟ ପୋଷୁଛି । ୧୦ ବର୍ଷରି ଝିଅ ବର୍ଷା ପର ଘରେ ପାଇଟି କରୁଛି । ଆଉ ନିଜେ ସରସ୍ବତୀ ମୂଲ, ମଜୁରୀ ଲାଗୁଛନ୍ତି ନହେଲେ ଭିକ ମାଗୁଛନ୍ତି କୁନି କୁନି ପିଲାଙ୍କ ମୁହଁରେ ଦାନା ଦେବାକୁ ।

{"id":79815}

ଅର୍ଜୁନଙ୍କୁ ପୁରୀ ଡେଲାଙ୍ଗ ଅଞ୍ଚଳର କାଳିଆ ନାମକ ଜଣେ ବ୍ୟକ୍ତିୁ ଭୁବନେଶ୍ବରରେ କାମ ଦେବାକୁ ଡାକି ନେଲା । ହେଲେ ତାଙ୍କୁ ତାମିଲନାଡ଼ୁ ପଠାଇଦିଆଗଲା । ସରସ୍ବତୀ ଏବେ ଗାଁ ଛାଡ଼ି ଢେଙ୍କାନାଳ ଭୁବନ ଅନ୍ତନ୍ତପୁର ଗାଁରେ ଆଶ୍ରୟ ନେଇଛନ୍ତି ।

{"id":79819}

ଉପକୂଳ ଅଞ୍ଚଳ ଆଉ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବି ଦାଦନ ସମସ୍ୟା । ସରକାରଙ୍କ ଏତେ ଯୋଜନା ଅଛି, ଅନେକ କମ୍ପାନୀ ଖୋଲିଛି । ତଥାପି ପେଟ ପାଟଣା ପାଇଁ ଯାଜପୁରରୁ ଦାଦନ ଖଟିବାକୁ ଯିବାକୁ ପଡ଼ିବା ଉଦବେଗର ବିଷୟ ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.