ତାମିଲନାଡୁରେ ସଡକ ଦୁର୍ଘଟଣାରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲା ମୃତଦେହ
27/11/2020 at 9:16 AM

କଳାହାଣ୍ଡି ୨୭।୧୧: ତାମିଲନାଡୁରେ ସଡକ ଦୁର୍ଘଟଣାରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିଛି । ମୃତକ ହେଲେ ବାଲିଗୁଡା ଗାଁର ଘାସେ ମାଝୀ । ମୃତକ ଗତ ୩ ବର୍ଷ ହେବ ତୀରପୁର ଜିଲ୍ଲାର ଏକ କ୍ରସରରେ କାମ କରୁଥିଲେ । ଏକ ସଡ଼କ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଦର୍ଶାଇ କ୍ରସର ମାଲିକ ଆମ୍ବୁଲାନ୍ସରେ ଶବ ଗାଁକୁ ପହଞ୍ଚାଇ ଦେଇଛି । ହେଲେ ମୃତକଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ସହ ବୃଦ୍ଧ ବାପା-ମାଙ୍କ ଭରଣପୋଷଣ ପାଇଁ ସରକାରୀ ସହାୟତା ଲାଗି ନିବେଦନ କରିଛନ୍ତି ପରିବାର ଓ ଗ୍ରାମବାସୀ ।
Related Posts
ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20 January 2021
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର
20 January 2021