ଦାଦନ ଦୁଃଖ : ସୁରଟରେ କାମ କରୁଥିବା ଓଡିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | October 15, 2019 IST

ସାନଖେମୁଣ୍ଡି ।୧୦: ପୁଣି ଦାଦନ ଦୁଃଖ । ସୁରଟକୁ କାମ କରିବାକୁ ଯାଇ ଓଡିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଚୁଡୁଙ୍ଗପୁର ଗାଁର ମିଟୁ ପାତ୍ର । ସେ ଗତ ୧୩ ତାରିଖରୁ ସୁରଟରେ ନିଖୋଜ ଥିବାବେଳେ, ୧୪ ତାରିଖରେ ସୁରଟ ଅମୃଲି ଥାନା ଅଞ୍ଚଳରେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଶବ ଦାହ କରିଛନ୍ତି । ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.