ଆଜି ବି ଅଦଳ ବଦଳ ପ୍ରଥାରେ ଜୀବନ ଓ ଜୀବିକା ନିର୍ବାହ କରୁଛନ୍ତି ବଣ୍ଡା ସଂପ୍ରଦାୟର ଲୋକେ

Published By : Prameya-News7 Bureau | December 31, 2018 IST

ମାଲକାନଗିରି ୩୧|୧୨:  ଆଧୁନିକ ଯୁଗର ମଣିଷ ପୁରାତନ ସଭ୍ୟତାକୁ ଭୁଲି ଦୁଇ ପାଦ ଆଗକୁ ଚାଲି ଯାଇଛି ସତ । କିନ୍ତୁ ବଣ୍ଡା ସଂପ୍ରଦାୟର ଲୋକେ ଆଜି ବି ସେହି ପୁରୁଣା ଅଦଳ ବଦଳ ପ୍ରଥାରେ ନିଜର ଜିବନ ଓ ଜୀବିକା ନିର୍ବାହ କରୁଛନ୍ତି । ବଣ ପାହାଡ ଘେରାରେ ଜୀବନ କାଟୁଥିବା ଏମାନଙ୍କ ପାଇଁ ବିକାଶ ବହୁ ଦୂରରେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମଦାନୀ କରିଥିବା ବିଭିନ୍ନ ଶସ୍ୟ ଓ ପନିପରିବା ଦେଇ ହାଟରୁ ନିଜର ଆବଶ୍ୟକୀୟ ଜିନଷ ପତ୍ର ନିଅନ୍ତି । ଚାଲନ୍ତୁ ଜାଣିବା କେମିତି ଟଙ୍କା ବଦଳରେ ଚାଲିଛି ଅଦଳ ବଦଳ ପ୍ରଥା ।

{"id":69016}

କେହି ଟେନସନରେ ନାହାନ୍ତି । ନାଚ ଗୀତରେ ସମସ୍ତେ ମସଗୁଲ । ପାରମ୍ପାରିକ ଡୁବୁ ଡୁବୁ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିମ ଜନଜାତିର ମଣିଷ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସେଇ ଇଲାକାରେ ଯେଉଁଠି ବଣ୍ଡା ଜନ ଜାତିର ଲୋକେ ବସବାସ କରନ୍ତି । ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ନିଜ କର୍ମମୟ ଜୀବନରେ ଦିନ କାଟୁଥିବା ବେଳେ ରବିବାର ମୁଣ୍ଡିଗୁଡା ହାଟରେ ଏମାନଙ୍କ ଭିଡ ଦେଖିବାକୁ ମିଳେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମଦାନୀ କରିଥିବା ବିଭିନ୍ନ ଶସ୍ୟ ଓ ପନିପରିବା ନେଇ ହାଟକୁ ଆସନ୍ତି । ପୁଣି ଏଠାରୁ ହି ନିଜର ଆବଶ୍ୟକୀୟ ଜିନଷ ପତ୍ର ନେଇ ଘରକୁ ଫେରନ୍ତି । ତେବେ ଏଥିପାଇଁ ସେମାନଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡେ ନାହିଁ । ନିଜେ ଆଣିଥିବା ମୁଗ, ବିରି କିମ୍ବା ମାଣ୍ଡିଆ ଦେଇ ଅନ୍ୟଠାରୁ ଆବଶ୍ୟକୀୟ ଜିନିଷ ଅଦଳ ବଦଳ କରନ୍ତି ।

{"id":69018}

ବନ ପାହାଡ ଘେରା ଜଙ୍ଗଲ ଭିତରେ ବାସ କରୁଥିବା ନିରୀହ ବଣ୍ଡା ଜନଜାତି ସମ୍ପ୍ରଦାୟ । ଏମାନେ ବିକାଶ କଣ ଜାଣିନାହାନ୍ତି କି ଆଧୁନିକତାର ସ୍ପର୍ଶ ପାଇନାହାନ୍ତି । ଏମାନଙ୍କ ଦୁନିଆରେ ଆଜି ବି ଅଦଳ ବଦଳ ପ୍ରଥା ଆଜି ବି ବଞ୍ଚିଛି । ସବୁଠାରୁ ବିଡମ୍ବନାର ବିଷୟ, ଅନେକ ସମୟରେ ସେମାନେ ହାଟ ବଜାରରେ ଠକାମିର ଶିକାର ମଧ୍ୟ ହେଉଛନ୍ତି । ବଣ୍ଡା ଲୋକମାନେ ପରିବାପତ୍ର ଠାରୁ ଆରମ୍ଭ କରି ମୁଗ, ବିରି ଓ ସୁଆଁ ଆଦି ଅନେକ ଦେଶୀ ଶସ୍ୟ ହାଟକୁ ଆଣନ୍ତି । ହେଲେ ସେମାନଙ୍କଠାରୁ ଦାମିକିଆ ଜିନିଷ ନେଇ ଦୋକାନୀମାନେ ସେମାନଙ୍କୁ କମ୍ ଦାମ୍ ର ଜିନିଷ ମଧ୍ୟ ଦେଇ ଠକୁଥିବା ଦେଖିବାକୁ ମିଳୁଛି । ତେଣୁ ଏମାନଙ୍କ ପାଇଁ ଏକ ସ୍ଥାୟୀ ମଣ୍ଡି ଖୋଲିବାର ଆବଶ୍ୟକତା ରହିଛି । 

{"id":69017}

ଆଧୁନିକ ଯୁଗର ମଣିଷ ପୁରାତନ ସଭ୍ୟତାକୁ ଭୁଲି ଦୁଇ ପାଦ ଆଗକୁ ଚାଲି ଯାଇଛି ସତ । କିନ୍ତୁ ପ୍ରାଚୀନ ଜନଜାତିର ମଣିଷ ବଣ୍ଡା ଆଜି ବି ସେହି ପୁରୁଣା ଅଦଳ ବଦଳ ପ୍ରଥାରେ ନିଜର ଜୀବନଯାପନ କରୁଛନ୍ତି । ହେଲେ ଏ ଯାଏଁ କିନ୍ତୁ ପ୍ରଶାସନ ସେମାନଙ୍କୁ ସଚେତନ କରିବାରେ ବିଫଳ ହୋଇଥିବା ମନେ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.