ବଣ୍ଡ୍ ଗାର୍ଲ ତାନ୍ୟା ରବର୍ଟ୍ସଙ୍କ ଦେହାନ୍ତ : ମୃତ୍ୟୁ ଗୁଜବର ଦିନକ ପରେ ପ୍ରାଣ ହରାଇଲେ ଅଭିନେତ୍ରୀ

Published By : Prameya-News7 Bureau | January 06, 2021 IST

ଲସ ଏଞ୍ଜେଲସ ୦୬/୦୧ : ଭୁଲ ହୋଇଥିବା ମୃତ୍ୟୁ ଘୋଷଣାର ଦିନେ ପରେ ବଣ୍ଡ ଗାର୍ଲ ତଥା ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ଦେହାନ୍ତ ହୋଇଛି। ମୂତ୍ରନଳୀରେ ସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୮୫ ରେ ଜେମ୍ସ ବଣ୍ଡଙ୍କ ଫିଲ୍ମରେ 'ଏ ଭ୍ୟୁ ଟୁ ଏ କିଲ୍'ରେ ଷ୍ଟେସି ସଟନ୍ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ। ରିପୋର୍ଟ ଅନୁଯାୟୀ, ତାନ୍ୟାଙ୍କ ମୃତ୍ୟୁ ସୋମବାର ଦିନ ହୋଇଥିଲା।

{"id":388017,"sizeSlug":"large","linkDestination":"none"}

ଏହା ପୂର୍ବରୁ ରବିବାର ଦିନ ତାଙ୍କ ମୃତ୍ୟୁ ଗୁଜବ ହୋଇଥିଲା। ପରେ ଜଣାପଡିଥିଲା ଏହା ଗୁଜବ। ମଙ୍ଗଳବାର ଦିନ ରବର୍ଟ୍ସର ପବ୍ଲିସିଟି କାମ ତଦାରଖ କରୁଥିବା ମାଇକ ପିଙ୍ଗଲ ସ୍ପଷ୍ଟ କରିଛନ୍ତି ଯେ ସୋମବାର ଦିନ ଅଭିନେତ୍ରୀ ତାନ୍ୟାଙ୍କ ଦେହାନ୍ତ ହୋଇଛି। ତାଙ୍କର ମୂତ୍ରନଳୀରେ ସଂକ୍ରମଣ ହୋଇଥିଲାଏବଂ ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପି ଯାଇଥିଲା।

{"id":388018,"sizeSlug":"large","linkDestination":"none"}

ଏହାପୂର୍ବରୁ ପିଙ୍ଗଲ ଭୁଲରେ ଗଣମାଧ୍ୟମକୁ କହିଥିଲେ ଯେ ତାନ୍ୟାଙ୍କ ମୃତ୍ୟୁ ହୋଇଛି ଏବଂ ତାଙ୍କୁ ଦେଖିବାକୁ ହସ୍ପିଟାଲକୁ ଯାଇଥିବା ତାଙ୍କ ବନ୍ଧୁ ଏ ସମ୍ବନ୍ଧରେ ସ୍ପଷ୍ଟ କରିଥିଲେ। କିନ୍ତୁ ପରେ କୁହାଯାଇଥିଲା ସେ ଜୀବିତ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି।

ବଡଦିନର ପୂର୍ବ ଦିନ ସନ୍ଧ୍ୟାରେ ନିଜ ପୋଷା କୁକୁରକୁ ବୁଲାଉଥିବା ସମୟରେ ସେ ପଡିଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.