ସୁରକ୍ଷିତ ରିଟର୍ଣ୍ଣ ଯୋଗୁ ଭାରତରେ ବି ଲୋକପ୍ରୀୟ ହେଉଛି ବଣ୍ଡ ଇଟିଏଫ

Published By : Prameya-News7 Bureau | November 30, 2019 IST

ନୂଆଦିଲ୍ଲୀ : ବିକଶିତ ଦେଶଙ୍କ ସୂଚୀରେ ନିଜକୁ ଅନ୍ତର୍ଭୁକ୍ତ କରିବା ପରେ ଭାରତରେ ବିଦେଶ ଭଳି ଏବେ ପାସିଭ ଇନଭେଷ୍ଟମେଣ୍ଟ ପ୍ରତି ଲୋକଙ୍କ ଋଚି ଢେର ବଢିଛି।  ଇକ୍ୟୁଇଟି ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ (ଇଟିଏଫ) ଏବେ ଏହି ଲୋକପ୍ରୀୟତାର ସବୁଠୁ ଅଧିକ ଫାଇଦା ନେଉଥବା ଜଣାପଡିଛି।

{"id":192145,"sizeSlug":"large"}

୧.୩୮ ଲକ୍ଷ କୋଟିରୁ ଅଧିକ  ଏଏମୟୁ ଇଟିଏଫ ଦ୍ୱାରା ମ୍ୟାନେଜ ହୋଇପାରୁଛି। ସେହିପରି ଗୋଲ୍ଡ  ଇଟିଏଫ ୫,୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମ୍ୟାନେଜ କରିପାରୁଛି। ତେବେ କୌଣସି ଇଟିଏଫ ଡେଟ୍ ରେ ନାହାନ୍ତି। ଗୋଲ୍ଡ ସେକ୍ଟରରେ ୨ଟି ଇଟିଏଫ ୪ କୋଟି ଟଙ୍କାରୁ ଅଧିକର ହୋଇଥିବା ବେଳେ ବଣ୍ଡ ସ୍ପେସ୍ ରେ କୌଣସି ଇଟିଏଫ ନାହାନ୍ତି। ଏଣୁ ନିବେଶ ଖେତ୍ରରେ ଏବେ ଏକ ବିଶାଳ ଶୁନ୍ୟସ୍ଥାନ ରହିଛି ଯାହାକୁ ଶୀଘ୍ର ପୂରଣ କରାଯିବା ଅନିବାର୍ଯ୍ୟ ହୋଇପଡିଛି। ଭାରତ ସରକାର ପ୍ରଥମ ଥର ବଣ୍ଡ ଇଟିଏଫ ଲଞ୍ଚ କରିବାକୁ ବିଚାର କରୁଥିବା ଜଣାପଡିଛି। ତେବେ ଏହା ସରକାରୀ ୟୁନିଟଙ୍କ ଲାଗି ନିବେଶର ସୁଯୋଗ ସୃଷ୍ଟି କରିବ।

{"id":192146,"sizeSlug":"large"}

ଭାରତୀୟ ନିବେଶକ ଡେଟ୍ ମ୍ୟୁଚୁଆଲ ଫଣ୍ଡ ସହିତ ବେଶ ପରିଚିତ। ତେବେ ବଣ୍ଡ ଇଟିଏଫ ଏବେ ଦେଶରେ ନୂଆ କନସେପ୍ଟ। ନାମରୁ ହିଁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଏହା ଏକ ପାସିଭ ଫଣ୍ଡ ଓ ଏହାକୁ ଏକ୍ସଚେଞ୍ଜରେ ଟ୍ରେଡ କରାଯାଇପାରିବ। ଯେଉଁଥିରେ ପାରମ୍ପରିକ ବଣ୍ଡ ମ୍ୟୁଚୁଆଲ ଫଣ୍ଡ ଭଳି ନିବେଶ କରାଯାଏ। ତେବେ ପାରମ୍ପରିକ ଓପନ ଏଣ୍ଡେଡ ବଣ୍ଡ ମ୍ୟୁଚୁଆଲ ଫଣ୍ଡର ବିପରୀତ ଏହି ଫଣ୍ଡ ଆକ୍ଟିଭ ଉପାୟରେ ମ୍ୟାନେଜ ହୋଇପାରୁଥିବା ଡେଟ୍ ଫଣ୍ଡ ତୁଳନାରେ କମ୍ ଖର୍ଚ୍ଚରେ ଦିନ ତମାମ ଏକ୍ସଚେଞ୍ଜରେ ଟ୍ରେଡ କରୁଥାଏ।

{"id":192147,"sizeSlug":"large"}

ଇକ୍ୱଟି ଇଟିଏଫ ଭଳି ବଣ୍ଡ ଇଟିଏଫ ମଧ୍ୟ ଇଣ୍ଡେକ୍ସ ନିକଟରେ ଟ୍ରାକ କରିଥାଏ ଓ ନିବେଶକଙ୍କୁ ଫିକ୍ସଡ ଇନକମ ସିକ୍ୟୁରିଟିଜରେ ନିବେଶ କରି କ୍ରୟ ବିକ୍ରୟର ସୁଯୋଗ ଦେଇଥାଏ। ତେବେ ବଣ୍ଡ ଇଟିଏଫ ଦୁଇଟି ବାଟରେ ଲିକ୍ୱଡିଟି ପ୍ରଦାନ କରିଥାଏ। ଏଥିରୁ ଗୋଟିଏ ଏକ୍ସଚେଞ୍ଜ ମାଧ୍ୟମରେ ହୋଇପାରୁଥିବା ବେଳେ ଅନ୍ୟଟି ଏଏମସି ଜରିଆରେ ହୁଏ। ବଣ୍ଡ ଇଟିଏଫ ଡାଇଭର୍ସିଫାଏ ବଣ୍ଡ ପୋର୍ଟଫୋଲିଓକୁ ସହଜରେ ଆକ୍ସେସ କରିପାରେ। ତେବେ ବଣ୍ଡ ମ୍ୟୁଚୁଆଲ ଫଣ୍ଡର ପୋର୍ଟଫୋଲିଓ ମାସରେ ଥରଟିଏ ଜାଣି ହୁଏ। ହେଲେ ଇଟିଏଫ ପୋର୍ଟଫୋଲିଓ ନିୟମିତ ଜାରି ହେଉଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.