ବିଧାନପରିଷଦ ନିର୍ବାଚନ ଜିତିବା ଲାଗି ଧନବଳର ଉପଯୋଗ କରୁଛି କଂଗ୍ରେସ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 05, 2021 IST

ବେଙ୍ଗାଲୁରୁ ୫।୧୨:  କଂଗ୍ରେସ ଏବେ ଲୋକଙ୍କ ସମର୍ଥନ ହରାଇ ସାରିଛି। ବିଧାନ ପରିଷଦ ନିର୍ବାଚନ ଜିତିବା ଲାଗି ଧନବଳ ପ୍ରୟୋଗ କରୁଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ରବିବାର ଏହି ଅଭିଯୋଗ ଆଣିଛନ୍ତି।  ଅତ୍ତିବେଲେରେ ବିଜେପି ପକ୍ଷରୁ ଅନୁଷ୍ଠିତ ‘ବିଜୟ ସଂକଳ୍ପ’ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ବୋମ୍ମାଇ ଏହା କହିଛନ୍ତି। ଯେ କୌଣସି ରାସ୍ତାରେ ବିଧାନପରିଷଦ ହାତେଇବା ଲାଗି କଂଗ୍ରେସ ଏବେ ଲାଗି ପଡିଥିବା ସେ କହିଛନ୍ତି।

କଂଗ୍ରେସ ପାର୍ଟିରେ ଭ୍ରଷ୍ଟାଚାର କେତେ ଗଭୀର ତାହା ସମସ୍ତେ ଜାଣନ୍ତି। ଏଣୁ ପଇସା ଫିଙ୍ଗି ନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି। ଲୋକେ କଂଗ୍ରେସକୁ ଉପଯୁକ୍ତ ଜବାବ ଦେବେ ବୋଲି ବୋମାଇ ଆଶାବ୍ୟକ୍ତ କରିଛନ୍ତି। ସେ ସିଦ୍ଧରମେୟାଙ୍କୁ ଟାର୍ଗେଟ କରି ନିର୍ବାଚନରେ ପ୍ରାର୍ଥୀ କରିବା ଲାଗି କଂଗ୍ରେସ ଅର୍ଥ ଚାହୁଁଛି। ଏହା ବାଦେ ସେମାନେ ନୈତିକତାର କଥା କଣ କହିବେ ବୋଲି ବୋମ୍ମାଇ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ କଥା ବୁଝିବାକୁ ବି ସରକାରଙ୍କ ସମୟ ନଥିଲା। ସରକାର ଲୋକଙ୍କୁ ଏକ ଲକ୍ଷ ଘର ବାଣ୍ଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହା ଏବେ ପ୍ରତିଶ୍ରୁତିରେ ହିଁ ରହି ଯାଇଛି। ବେଙ୍ଗାଲୁରର ବ୍ୟାପକ ବିକାଶ ତେବେ ସମ୍ଭବ ହୋଇପାରିବ ଯେତେବେଳେ ଏହା ଆଖପାଖରେ ଥିବା ପଞ୍ଚାୟତର ବିକାଶ ହେବ। ଏହି ସବୁ ଗ୍ରାମାଞ୍ଚଳର ସର୍ବାଙ୍ଗିନ ଉନ୍ନତି ଆମ ସରକାରର ଉଦ୍ଦେଶ୍ୟ ବୋଲି ବୋମ୍ମାଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.