ଏମିତି କେମିତି ମୂଳ ଡିଜାଇନରୁ ଅଲଗା ତିଆରି ହୋଇଛି ଭୁବନେଶ୍ବର ବମିଖାଲ ଓଭରବ୍ରିଜ୍ : ଲୋକେ ହେଉଛନ୍ତି ହନ୍ତସନ୍ତ

Published By : Prameya-News7 Bureau | July 24, 2019 IST

wp:paragraph {"align":"left"}

ଭୁବନେଶ୍ବର ୨୪|୭: ବମିଖାଲ ଓଭରବ୍ରିଜର ନିର୍ମାଣ ଶୈଳୀକୁ ନେଇ ବିବାଦ । ଏଥିରେ ପାଦଚଲା ପଥଚାରୀଙ୍କ ଲାଗି ଫୁଟ୍ ଓଭରବ୍ରିଜ ନାହିଁ । ଏହା ସହ ଓଭରବ୍ରିଜ ଅଣ ଓସାରିଆ ଥିବାରୁ ଏହାକୁ ୱାନ ୱେ କରିବାକୁ ବାଧ୍ୟ ହୋଇଛି ପ୍ରଶାସନ ।

{"id":136914}

ରାଜଧାନୀର ବମିଖାଲ ଓଭରବ୍ରିଜର ଡିଜାଇନକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ପାଦଚଲା ଯାତ୍ରୀଙ୍କ ପାଇଁ ଏଥିରେ ଫୁଟ୍ ଓଭରବ୍ରିଜ ନାହିଁ । ଯାହା ସାଧାରଣ ପଥଚାରୀଙ୍କ ପାଇଁ ସମସ୍ୟା ପାଲଟିଛି । ସହର ମଧ୍ୟ ଦେଇ ଯାଉଥିବା ସମସ୍ତ ଓଭରବ୍ରିଜରେ ଫୁଟ୍ ଓଭରବ୍ରିଜର ନିୟମ ଥିଲେ ବି ଏଠାରେ କାହିଁକି ଏହାକୁ ପାଳନ କରାଗଲା ନାହିଁ ତାକୁ ନେଇ ଯାତ୍ରୀ ମାନେ ପ୍ରଶ୍ନ ପଚାରୁଛନ୍ତି ।

{"id":136915}

ସେହିଭଳି ଏହା ପ୍ରସ୍ତାବିତ ଡିଜାଇନଠାରୁ କମଓସାରିଆ ହୋଇଥିବା ଅଭିଯୋଗ ହୋଇଛି । ଯାହା ଏଠାରେ ଟ୍ରାଫିକ୍ ଜାମ୍ ଭଳି ସ୍ଥିତି ସୃଷ୍ଟି କରୁଛି । ଯାତ୍ରୀମାନେ ଏହି ଓଭରବ୍ରିଜରେ କିଭଳି ଯାତାୟତ କରୁଛନ୍ତି, ତାହା ଦେଖିନିଅନ୍ତୁ ।

{"id":136916}

ଭୁବନେଶ୍ୱରରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ଦେଖି ସହିଦନଗର,ରସୁଲଗଡ଼ ଓ ବମିଖାଲକୁ ଫ୍ଲାଏ ଓଭରରେ ଯୋଡ଼ିବାକୁ ଏହା ତିଆରି କରାଯାଇଥିଲା । ନିର୍ମାଣ ସମୟରେ ୨ ଜଣଙ୍କ ମୃତ୍ୟୁକୁ ନେଇ ଏହା ବେଶ୍ ବିବାଦୀୟ ହୋଇଥିଲା ।

{"id":136918}

ଉଦଘାଟନ ପରେ ଏହାର ନିର୍ମାଣରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି । ସ୍ଥିତି ଏଭଳି ହୋଇଛି ଏହାକୁ ୱାନ ୱେ କରିବାକୁ ପ୍ରଶାସନ ବାଧ୍ୟ ହୋଇଛି । ତେଣୁ ଏହି ଓଭରବ୍ରିଜ ଯାତ୍ରୀଙ୍କ ଯେତିକି ସୁବିଧାରେ ଆସିବା କଥା ତାହା ଆସିପାରୁ ନାହିଁ । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଆମେ ପ୍ରୟାସ କରିଥିଲେ ବି ସମ୍ଭବପର ହୋଇପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.