ଘର ଉପରକୁ ସିରିଜ୍ ବୋମା ମାଡ, ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ସନ୍ଦେହ

Published By : Prameya-News7 Bureau | November 05, 2020 IST

ଫୁଲବାଣୀ ୫।୧୧: ଫୁଲବାଣୀ ସହରର ପିଅନ ପଡା ଅଞ୍ଚଳର ଜଣଙ୍କ ଘର ଉପରେ ସିରିଜି ବୋମାମାଡ ହୋଇଛି । ବୁଧବାର ମଧ୍ୟରାତ୍ରିରେ ସିରିଜ୍ ବୋମା ମାଡ ହୋଇଥିବା ଜଣା ପଡିଛି । ବୋମାମାଡ ଫଳରେ ଟିଟୁନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରର ସମ୍ମୁଖ ଭାଗର ଟିଣର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବା ଦେଖାଯାଇଛି । ହେଲେ ବୋମା ମାଡ଼ରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

{"id":356341,"sizeSlug":"large"}

କୌଣସି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରିଥିବା କୁହାଯାଉଛି । ତେବେ ଚୋରା ଗଞ୍ଜେଇ କାରବାରକୁ ନେଇ ଏ ଭଳି ବୋମା ମାଡ ହୋଇଥିବା ଶୁଣିବାକୁ ମିଳୁଛି । ଖରବ ପାଇ ଫୁଲବାଣୀ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରୁଛି । ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ଜଣାପଡ଼ିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.