ପାକିସ୍ତାନ କ୍ୱେଟା ବୋମାମାଡ : ୧୬ ମୃତ, ୧୪ରୁ ଅଧିକ ଗୁରୁତର

Published By : Prameya-News7 Bureau | April 12, 2019 IST

କ୍ୱେଟା ୧୨/୪ : ପଡୋଶୀ ଦେଶ ପାକିସ୍ତାନରେ ଆଜି ସକାଳୁ ଏକ ବଡ ଦୁର୍ଘଟଣା ଘଟିଛି | ପାକିସ୍ତାନ କ୍ୱେଟାର ହଜାରଗଂଜୀ ଅଂଚଳରେ ବୋମାମାଡ ହୋଇଛି | ବୋମାମାଡରେ ଏବେ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି | ବୋମାମାଡ ଏକ ପରିବା ବଜାରରେ ହୋଇଛି | ବୋମାମାଡ ପରେ ଘଟଣାସ୍ଥଳରେ ପୋଲିସ ନିୟୋଜିତ କରାଯାଇଛି |

{"id":102669}


ଖବର ଅନୁଯାୟୀ, ଏବେ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କ୍ୱେଟାର ଡ଼ିଆଇଜି ଅବଦୁଲ ରଜ୍ଯକଙ୍କ ଅନୁଯାୟୀ, ବୋମାମାଡ ହଜରା ସମ୍ପ୍ରଦାୟକୁ ଟାର୍ଗେଟ କରି କରାଯାଇଥିଲା | ୧୬ ମୃତକଙ୍କ ମଧ୍ୟରୁ ୮ଜଣ ହଜରା ସମ୍ପ୍ରଦାୟଙ୍କ ମୃତ୍ୟୁ ହୋଇଛି |

{"id":102673}

ହମଲାରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି | ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ପରେ ବୋଲି ଡ଼ିଆଇଜି କହିଛନ୍ତି | ପୂର୍ବରୁ ମଧ୍ୟ ହଜାରଗଂଜୀ ଅଂଚଳରେ ହମଲା କରାଯାଇଛି | ଏହି ଅଂଚଳରେ ଅଧିକାଂଶ ପରିବା, ଫଳ, ଏବଂ ଦୋକାନ ରହିଛି |

{"id":102670,"width":586,"height":325}


ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି | ସହାୟତା ପାଇଁ ସ୍ଥାନୀୟ ଅଂଚଳର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି | ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଯାମ କମାଲ ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ଏବଂ ତଦନ୍ତ ନିର୍ଦେଶ ଦେଇଛନ୍ତି |

{"id":102671}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.