ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବୋମାମାଡ

Published By : Prameya-News7 Bureau | December 30, 2018 IST

ଖୋର୍ଦ୍ଧା ୩୦/୧୨ : ଖୋର୍ଦ୍ଧାରେ ବୋମାମାଡ ହୋଇଛି | ୧୮ ନମ୍ବର ୱାର୍ଡର ପ୍ରକାଶ ରାଉତରାୟଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ବୋମାମାଡ କରିଛନ୍ତି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ କରାଯାଇଥିବା ସନ୍ଦେହ କରାଯାଉଛି | ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି | ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି | ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି |

{"id":68636}

କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଆସି ବୋମାମାଡ କରିଥିଲେ ତାହା ପ୍ରାଥମିକ ତଦନ୍ତ ପରେ ଜଣାପଡିବା ବୋଲି ପୋଲିସ ସୂଚନା ଦେଇଛି | ପ୍ରକାଶ ରାଉତରାୟ ଜଣେ ବ୍ୟବସାୟୀ | ବ୍ୟବସାୟ ଛଡା ସେ ରାଜନୈତିକତା ମଧ୍ୟ କରନ୍ତି | ତେବେ କୌଣସି ପ୍ରକାର ଶତ୍ରୁତାକୁ ନେଇ କେହି ଦୁର୍ବୁର୍ତ୍ତ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି | ବୋମାମାଡକୁ ନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.