କଟକ ଓଡିଆ ବଜାରରେ ବୋମା ମାଡ

Published By : Prameya-News7 Bureau | November 22, 2019 IST

କଟକ ୨୨।୧୧ -  କଟକ ଓଡିଆ ବଜାରରେ ବୋମା ମାଡ । ଏସ୍ କେ ବାବୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଦୁର୍ବୃତ୍ତ ମାନେ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି।ଏସ୍ କେ ବାବୁଙ୍କ କହିବା ଅନୁସାରେ ଗୋଟିଏ ବାଇକ୍ ରେ ତିନି ଜଣ ଆସି ତାଙ୍କ ଘର ଉପରକୁ ଦୁଇଟି ବୋମା ଫୋପାଡିଥିଲେ।

{"id":188345,"sizeSlug":"large"}

ଗୋଟିଏ ବୋମା ଫୁଟି ଥିବା ବେଳେ ଆଉ ଗୋଟିଏ ବୋମା ପାଣିରେ ପଡିଯାଇଥିଲା। ତେବେ ବୋମା ମାଡରେ କାହାର କିଛି କ୍ଷତି ଘଟି ନାହିଁ।ଏସ୍ କେ ବାବୁଙ୍କ କହିବା ଅନୁସାରେ ଘର କଳିରୁ ଏପରି ବୋମା ମାଡ ହୋଇଥିବା ସେ ସନ୍ଦେହ କରୁଛନ୍ତି। ଆଜି ସକାଳେ ଏସ୍ କେ ବାବୁଙ୍କ ପୁତୁରାମାନଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ପାଟି ତୁଣ୍ଡ ହୋଇଥିଲା। ସେହି କାରଣରୁ ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପୋଲିସ୍ ପଚରା ଉଚରା କରୁଛି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.