Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଂଜେଇ ଚୋରାଚାଲାଣକୁ ନେଇ ଆଠଗଡରେ ବୋମାମାଡ ; ଜଣେ ମୃତ

3/09/2018 at 1:10 PM

ଆଠଗଡ ୩/୯ : କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଛକରେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି | ଏଥିରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ଆହତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି | ମୃତକ ହେଲେ ବିନ୍ଧାଣିମା ଗ୍ରାମର ବିକାଶ ସାହୁ | ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ସହିତ ମାଣିଆବନ୍ଧ ଗ୍ରାମକୁ ଆସିଥିବା ବେଳେ ଅପର ଗୋଷ୍ଠୀ ସହିତ ମାର ପିଟି ହେବା ସହିତ ବୋମା ମାଡ଼ ହୋଇଥିଲା | ଘଟଣାସ୍ଥଳରେ ବିକାଶକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି | ସୁରକ୍ଷା ଦୃଷ୍ଟିରୁ ମାଣିଆବନ୍ଧ ଗ୍ରାମରେ ପୋଲିସ ଫୋର୍ସ ମୃତୟନ କରାଯାଇଛି | ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାରେ ମୃତ ଦେହକୁ ରଖାଯାଇଛି |

   Related Posts