ଯାଜପୁର ଏନ୍.ସି. କଲେଜରେ ବୋମାମାଡ, ଛାତ୍ରଛାତ୍ରୀ ଭୟଭୀତ
3/10/2018 at 8:51 AM

ଯାଜପୁର ୩|୧୦: ଯାଜପୁର ସ୍ଥିତ ଏନ.ସି. କଲେଜର ଛାତ୍ରୀ ନିବାସ ପାଚେରୀ ଉପରକୁ ବୋମାମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୋମାମାଡ କରିଥିବା ସୂଚନା ମିଳିଛି । ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରୀନିବାସ ଅନ୍ତେବାସୀ ମାନେ ଉଠିପଡି ଭୟଭୀତ ହୋଇ ପଦାକୁ ପଳାଇ ଆସିଥିଲେ । ଛାତ୍ରୀମାନେ ଘଟଣା ସଂପର୍କରେ ସଙ୍ଗେ ସଙ୍ଗେ ଯାଜପୁର ଥାନାକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ କିଏ ଏବଂ କାହିଁକି ଏଭଳି ବୋମାମାଡ କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ । କଲେଜରେ ନିର୍ବାଚନ ନକରାଇ ଦେବା ପାଇଁ ଏପରି ଘଟଣା ଦୁର୍ବୃତ୍ତମାନେ ଘଟାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।