Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଖାଇବାକୁ କେନ୍ଦ୍ରକରି ବଚସା, ଦୋକାନ ଉପରକୁ ବୋମାମାଡ

11/08/2020 at 11:22 AM

ଚାନ୍ଦବାଲି ୧୧।୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡାରେ ଏକ ଦୋକାନ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ଦୋକାନ କରିଥିବା ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ଦୁଇ ଯୁବକ ପଳାଇଥିଲେ । ରାତି ୧୨ଟା sପରେ ଉମାକାନ୍ତଙ୍କ ଦୋକାନ ଓ ତାଙ୍କ ପାଖ ଘରକୁ ଅଚାନକ ୨ଟା ବୋମା ପକାଇ ପଳାଇଥିଲେ ଦୁର୍ବୃତ୍ତ ।

ବୋମାମାଡରେ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ଥିବା ଉମାକାନ୍ତଙ୍କ ଝିଅ ଆଶାରାଣୀ ସାମାନ୍ୟ ଆହତ ହୋଇଛନ୍ତି । ଏହା ସହିତ ପାଖ ଘରର ଆଜବେଷ୍ଟସ ଓ ବାଇକ୍ ବି ଭାଙ୍ଗି ଯାଇଛି । ଖବର ପାଇ ଚାନ୍ଦବାଲି ପୋଲିସ ପହଞ୍ଚି କିଛି ସୁତୁଲି ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

   Related Posts