ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ

Published By : Prameya-News7 Bureau | April 21, 2021 IST

ପୁରୀ ୨୧।୪: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଡବନ୍ଧକେରା ଗାଁରେ ବୋମାମାଡ । ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଘନଘନ ବୋମାମାଡ କରିଥିଲେ । ଏହି ବୋମାମାଡ ଘଟଣାରେ ଗାଁର ମନୋଜ ପାଣିଙ୍କ ହାତ ଛିଣ୍ଡିଯାଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ବଡବନ୍ଧକେରା ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ରହିଛି । ମଙ୍ଗଳବାର ଗୋଟିଏ ଗୋଷ୍ଠୀ ଯନ୍ତାଳ ଭୋଗ ବସାଇବା ବେଳେ ଅନ୍ୟ ଏକ ଗୋଷ୍ଠୀ ହଠାତ୍ ପାଟିତୁଣ୍ଡ କରି ବୋମାମାଡ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମଗିରି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.