କମେଣ୍ଟମରାକୁ କେନ୍ଦ୍ରକରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ସହ ବୋମାମାଡ ; ୧୦ରୁ ଅଧିକ ଆହତ
22/10/2018 at 9:57 AM

ପୁରୀ ୨୨|୧୦: କମେଣ୍ଟମରାକୁ କେନ୍ଦ୍ରକରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ସହ ବୋମାମାଡ ହୋଇଛି । ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରି ବଳିଆପଣ୍ଡା ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଲୋକେ । ଦଶାହ ତୁଠରେ କମେଣ୍ଟ ମରାକୁ ଏହି ବୋମାମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଗୁରୁତର ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳା ସାହିର କିଛି ଲୋକ ତୁଠରେ ସ୍ନାନ କରୁଥିବା ବେଳେ ଅନ୍ୟ ଏକ ସାହିର କିଛି ବ୍ୟକ୍ତି କମେଣ୍ଟ ମାରିଥିଲେ । ପରେ ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ ହୋଇଥିଲା । ବୋମାମାଡ କରିଥିବା ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଏହି ଘଟଣାର ଛାନଭିନ୍ କରୁଛି ।