Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣା: ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

23/11/2020 at 8:48 PM

ମୁମ୍ବାଇ ୨୩/୧୧ : ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ରହିତାଦେଶ ଦେଇଥିଲେ । ନଭେମ୍ବର ୨୬ ତାରିଖରେ ଏହି ମାମଲାର ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ବରୁ ଟାର୍ଗେଟ କରିଥିବା କଙ୍ଗନା ଏହି ଉଚ୍ଛେଦ ମାମଲାରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ କଙ୍ଗନା ରଣାଓ୍ବତ ଶିବସେନାର ଟାର୍ଗେଟ ହୋଇଯାଇଥିଲେ । ଏହି ମନ୍ତବ୍ୟ ପରେ ଚିହିକି ଉଠିଥିଲା ମୁମ୍ବାଇ ପ୍ରଶାସନ । ବୁଲଡୋଜର ଲଗାଇ କଙ୍ଗନା ରଣାଓ୍ବତଙ୍କ ବାନ୍ଦ୍ରାସ୍ଥିତ ମଣି କର୍ଣ୍ଣିକା ଷ୍ଟୁଡିଓକୁ ଭାଙ୍ଗିଥିଲା ବିଏମସି । ଏହାର କିଛି ଘଣ୍ଟା ମଧ୍ୟରେ ଘର ଭଙ୍ଗାକୁ ନେଇ ରହିତାଦେଶ ଦେଇଥିଲେ ହାଇକୋର୍ଟ । କିଛି ଦିନ ପୂର୍ବରୁ କଙ୍ଗନା ଆଉ ଏକ ଅଭିଯୋଗ ଆଣିଥିଲେ । ବିଏମ୍‌ସିକୁ ତାଙ୍କ ଘର ଭଙ୍ଗାରୁଜା ମାମଲାରେ ଓକିଲଙ୍କ ଦେୟ ଦେବାକୁ ସାଧାରଣ ଲୋକଙ୍କ ଟଙ୍କା ଖର୍ଚ୍ଚ କରିଥିବା କହିଥିଲେ । ସେ କହିଥିଲେ ଯେ, ବିଏମସି ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢିବାକୁ ଓକିଲ ବାବଦ ପ୍ରାୟ ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଲେଣି ଯାହାକି ସାଧାରଣ ଜନତାଙ୍କ ଟଙ୍କା ।

କଙ୍ଗନା ରଣାଓ୍ବତ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ ଆରମ୍ଭ ହୋଇଯାଇଥିଲା ଟ୍ବିଟର ଯୁଦ୍ଧ । ଗୋଟିଏ ପଟେ କଙ୍ଗନା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟ ପଟେ ବଲିଉଡର ଏକ ଗୋଷ୍ଠୀ ସେମାନଙ୍କୁ ଦର୍ପଣ ଦେଖାଇବାକୁ ଚେଷ୍ଟା କରୁଥିଲା । ସମସ୍ତେ କଙ୍ଗନା ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ କରୁଥିଲେ । ତେବେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଖୋଲାଖୋଲି ଧମକ ଦେଇ କହିଥିଲେ ଯେ, କଙ୍ଗନା ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ତେବେ ଏହାକୁ ଚ୍ୟାଲେଞ୍ଜ କରି କଙ୍ଗନା ମୁମ୍ବାଇ ଆସିବାକୁ କହିଥିଲେ ।  ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇ ଆସିଥିଲେ କଙ୍ଗନା ରଣାଓ୍ବତ । ତେବେ ତାଙ୍କ ବଙ୍ଗଳା ଭଙ୍ଗା ଘଟଣାର ଶୁଣାଣି ଶେଷ କରିଛନ୍ତି ବମ୍ବେ ହାଇକୋର୍ଟ ଏବଂ ଆସନ୍ତା ନଭେମ୍ବର ୨୬ ତାରିଖରେ ଏହାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।  

   Related Posts