ହାଇକୋର୍ଟ କହିଲେ 'ଛାଡପତ୍ର ମାମଲା ବିଚାରାଧୀନ ସମୟରେ ଦ୍ୱିତୀୟ ବିବାହ ଅମାନ୍ୟ ନୁହେଁ'

Published By : Prameya-News7 Bureau | September 14, 2020 IST

ମୁମ୍ବାଇ ୧୪/୦୯ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ କୌଣସି ହିନ୍ଦୁ ମହିଳା କିମ୍ବା ପୁରୁଷ ନିଜର ଛାଡପତ୍ର ନିର୍ଣ୍ଣୟ ବିରୋଧରେ ହୋଇଥିବା ଅପିଲ ସମୟରେ ଯଦି ପୁଣି ବିବାହ କରନ୍ତି ତାହେଲେ ତାହା ବେଆଇନ ହେବ । ତେବେ ଏହାକୁ ଅଦାଲତଙ୍କ ଅବମାନନା ବୋଲି ମଧ୍ୟ କୁହାଯିବ ନାହିଁ । ବିଚାରପତି ଅନିଲ କିଲୋର ଗତ ସପ୍ତାହରେ କହିଥିଲେ ଯେ ବିବାହ ଅଧିନିୟମ, ୧୯୫୫ ଧାରା ୧୫ରେ ଛାଡପତ୍ର ଶୁଣାଣି ପରେ ତାଙ୍କ ବିରୋଧରେ ଦାଏର ହୋଇଥିବା ଅପିଲ ଯଦି ଖାରଜ ହେବ ସ୍ଥିତିରେ ଥିବ ତାହେଲେ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦିଆଯିବ । କାରଣ ଅଧିନିୟମରେ ପ୍ରାବଧାନ ଉଲଙ୍ଘନ ପାଇଁ କୌଣସି ପରିଣାମ ଦିଆଯାଇନାହିଁ ସେଥିପାଇଁ ଏହିଭଳି ବିବାହକୁ ଅମାନ୍ୟ ମଧ୍ୟ କରାଯାଇ ପାରିବନାହିଁ ।

୩୫ ବର୍ଷ ବୟସ୍କା ଦ୍ୱାରା ଦାଏର କରାଯାଇଥିବା ଆବେଦନକୁ ଖାରଜ କରି ବିଚାରପତି ଅନିଲ କିଲୋର କହିଛନ୍ତି ଯେ, "ଏହା ସ୍ପଷ୍ଟ ଯେ ଧାରା ୧୫ରେ ଉଲଙ୍ଘନରେ ହୋଇଥିବା ବିବାହର କୌଣସି ପରିଣାମ ଦିଆଯାଇନାହିଁ । ଏହିଭଳି ବିବାହକୁ ଅମାନ୍ୟ କୁହାଯିବ ନାହିଁ । ବିଚାରପତି ମହିଳାଙ୍କ ତର୍କକୁ ମଧ୍ୟ ଖାରଜ କରିଦେଇଛନ୍ତି । ମହିଳା ଆବେଦନ କରିଥିଲେ ଯେ ତାଙ୍କର ୪୦ ବର୍ଷ ବୟସ୍କ ସ୍ୱାମୀ ପାରିତ ଛାଡପତ୍ରକୁ ଚ୍ୟାଲେଞ୍ଜ କରି ଦ୍ୱିତୀୟ ବିବାହ କରିଥିବାରୁ କୋର୍ଟଙ୍କ ଅବମାନନା ମାମଲାରେ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ।

ଏହି ଦମ୍ପତ୍ତି ୨୦୦୩ ମସିହାରେ ବିବାହ କରିଥିଲେ କିନ୍ତୁ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡି ଦେଇଥିଲେ । ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ସଂଯୁକ୍ତ ସିଭିଲ ଜଜ ସିନିୟର ଡିଭିଜନ ୨୦୦୯ ମସିହାରେ ତାଙ୍କ ଆବେଦନ ଖାରଜ କରିଦେଇଥିଲେ । ଜିଲ୍ଲା ନ୍ୟାୟାଧୀଶ ୨୦୧୫, ନଭେମ୍ବର ୨୫ ତାରିଖରେ ଅନୁମତି ଦେଇ ତାଙ୍କ ବିବାହକୁ ଖାରଜ କରିଥିଲେ । ଏହାପରେ ମହିଳା ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟରେ ମାମଲା ଥିବ ସମୟରେ ତାଙ୍କ ସ୍ୱାମୀ ୨୦୧୬ ମସିହା ମାର୍ଚ୍ଚ ୨୦ ତାରିଖରେ ଦ୍ୱିତୀୟ ବିବାହ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.