Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

PM caresରେ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ମାମଲା: କେନ୍ଦ୍ରକୁ ବମ୍ବେ ହାଇକୋର୍ଟଙ୍କ ନୋଟିସ୍

12/10/2021 at 7:42 PM

ନୂଆଦିଲ୍ଲୀ ୧୨।୧୦:  ବମ୍ବେ ହାଇକୋର୍ଟ ମଙ୍ଗଳବାର ‘ପିଏମ କେୟାର୍ସ’ ନେଇ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଏଥିରେ ଆବେଦନକାରୀ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ହଟାଇବା ଲାଗି କରିଥିବା ନିବେଦନ ଆଧାରରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରାଯାଇଛି। ଆବେଦନରେ ଟ୍ରଷ୍ଟର ଅଧିକାରୀକ ୱେବସାଇଟ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଛବି ସମେତ ଜାତୀୟ ପତାକା ଓ ଜାତୀୟ ପ୍ରତୀକ ଚିହ୍ନ ହଟାଇବା ଲାଗି ମଧ୍ୟ ନିବେଦନ କରାଯାଇଛି। 

କଂଗ୍ରେସ ନେତା ବିକ୍ରାନ୍ତ ଚୌହାଣ ରୁଜୁ କରିଥିବା ଜନସ୍ୱାର୍ଥ ମାମଲାରେ କୋଭିଡ-୧୯ ନିମନ୍ତେ ପାଣ୍ଠି ସଂଗ୍ରହ ଲାଗି ସ୍ଥାପିତ ପିଏମ କେୟାର୍ସ ଫଣ୍ଡ ଭାରତୀୟ ସମ୍ବିଧାନ, ଜାତୀୟ ପତାକା, ଜାତୀୟ ପ୍ରତୀକ ତଥା ପଦନାମ ଅନୁଚିତ ଉପଯୋଗ ନୟନ୍ତ୍ରଣ ଆଇନର ଅଧିନିୟମରେ ଥିବା ପ୍ରାବଧାନଗୁଡ଼ିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏ.ଏ.ସଈଦ ଓ ଜଷ୍ଟିସ୍ ଏସ.ଜି.ଦିଗେଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଛନ୍ତି।

ଆବେଦନରେ ଟ୍ରଷ୍ଟର ନାମ- ପ୍ରଧାନମନ୍ତ୍ରୀ ଜରୁରିକାଳୀନ ପରିସ୍ଥିତି ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ଫଣ୍ଡ)ରୁ ପ୍ରଧାନମନ୍ତ୍ରୀ ଶବ୍ଦକୁ ପ୍ରଥମେ ହଟା ଯାଉ ବୋଲି ନିବେଦନ କରିଛନ୍ତି। ସେହିପରି ଟ୍ରଷ୍ଟର ୱେବସାଇଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ହଟାଇବାକୁ ଅନୁରୋଧ କରିଛନ୍ତି। ଖଣ୍ଡପୀଠ ମାମଲାର ସଂକ୍ଷିପ୍ତ ଶୁଣାଣିରେ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ଅନୀଲ ସିଂହଙ୍କୁ ଆବେଦନର ଜବାବ ଦେବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଏହି ଟ୍ରଷ୍ଟକୁ ୨୭ ମାର୍ଚ୍ଚ ୨୦୨୦ରେ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିରେ ଲୋକଙ୍କ ସହାୟତା ନିମନ୍ତେ ଏକ ଧର୍ମାର୍ଥ ଅନୁଷ୍ଠାନ ବୋଲି କୁହାଯାଇଛି। ଏଣୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ସହ ଏହାର କୌଣସି ସମ୍ପର୍କ ନଥିବା ଦାବି କରାଯାଇଛି। ଏଣୁ ଏଥିରେ ପ୍ରଧାନମନ୍ତ୍ରୀ ଶବ୍ଦ ସମେତ ଜାତୀୟ ପତାକା ଓ ଜାତୀୟ ପ୍ରତୀକର ଉପଯୋଗ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଆଇନର ଘୋର ଉଲ୍ଲଂଘନ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି।  

   Related Posts