Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ବଢ଼ିଲା ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ୍‌ ଅବଧି

9/04/2021 at 5:32 PM

ନୂଆଦିଲ୍ଲୀ, ୦୯/୦୪: ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ଛନ୍ଦି ହୋଇଥିବା ନ୍ୟୁଜ୍‌ ଚ୍ୟାନେଲ୍‌ ରିପବ୍ଲିକ୍‌ ଟିଭିର ମୁଖ୍ୟ ସଂମ୍ପାଦକଙ୍କୁ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ସାମ୍ୱାଦିକ ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍‌କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ବଢ଼ାଇ ଦେଇଛନ୍ତି । ଏଥିସହିତ ତାଙ୍କୁ ରାୟଗଡ଼ା ଜିଲ୍ଲାର ଅଲିବାଗ ମାଜିଷ୍ଟ୍ରେଟ୍‌ ଅଦାଲତରେ ହାଜର ହେବାକୁ ଥିବା ନିର୍ଦ୍ଦେଶରେ ମଧ୍ୟ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି ।

ଅର୍ଣ୍ଣବ ଏବଂ ଅନ୍ୟ ଦୁଇ ବ୍ୟକ୍ତି ଫିରୋଜ୍‌ ଶେଖ୍‌ ତଥା ନିତିଶା ସରଦାଙ୍କ ବିରୋଧରେ ଅଲିବାଗର ଇଣ୍ଟେରିଅର୍‌ ଡିଜାଇନର୍‌ ଅନବୟ ନାଇକ୍‌ଙ୍କୁ ଅତ୍ମହତ୍ୟା ପାଇଁ ଉସ୍‌କାଇବା ବା ପ୍ରବର୍ତ୍ତାଇବାର ଅଭିଯୋଗ ରହିଛି । ନାଇକ୍‌ ମେ ୨୦୧୮ରେ ଅଭିଯୁକ୍ତଙ୍କ କମ୍ପାନୀ ପାଇଁ ଡିଜାଇନ୍‌ କାମ କରିଥିବା ବାକି ଟଙ୍କା ବାରମ୍ୱାର ମାଗିବା ପରେ ମଧ୍ୟ ଟଙ୍କା  ପାଇନଥିବା କାରଣରୁ ଆତ୍ମହତ୍ୟା କରିଥିଲେ ।

ତିନି ଅଭିଯୁକ୍ତ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ମିଥ୍ୟା ହୋଇଥିବା ଦର୍ଶାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅନ୍ତରୀଣ ଜାମିନ୍‌କୁ ବୃଦ୍ଧି କରିବାପାଇଁ କୋର୍ଟକୁ ଅପିଲ୍‌ କରିଥିଲେ ଏବଂ ଅଲିବାଗ ଅଦାଲତ ମୁମ୍ୱାଇ ଠାରୁ ଶହେ କିଲୋମିଟରରୁ ଅଧିକ ଦୂର ହେଉଥିବା ଦର୍ଶାଇ ଏଥିରୁ ମୁକ୍ତି ପାଇଁ ଆବେଦନ କରିଥିଲେ । ତେବେ ଏହାର ବିଚାର କରି ଅଭିଯୁକ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ ।   

   Related Posts