Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଆକ୍ଟିଭିଷ୍ଟ ଗୌତମ ନବଲଖାଙ୍କ ଚଷମା ଚୋରି ମାମଲା: ବମ୍ବେ ହାଇକୋର୍ଟ କହିଲେ ମାନବିକତା ଗୁରୁତ୍ୱପୂର୍ଣ୍ଣ

8/12/2020 at 6:08 PM

ମୁମ୍ବାଇ ୮।୧୨: ତଲୋଜା ଜେଲରେ ବନ୍ଦୀ ଏଲଗାର ପରିଷଦ କାର୍ଯ୍ୟକର୍ତ୍ତା ଗୌତମ ନବଲଖାଙ୍କ ଚଷମା ଚୋରି ପ୍ରସଙ୍ଗକୁ ବମ୍ବେ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। କୋର୍ଟ ମଙ୍ଗଳବାର ମାନବିକତା ସବୁଠୁ ଗୁରୁତ୍ୱପୂର୍ଣ୍ଣ କହିଥିବା ବେଳେ ଜେଲରେ କୈଦୀଙ୍କ ଆବଶ୍ୟକତା ସମ୍ପର୍କରେ କର୍ମଚାରୀଙ୍କୁ ସମ୍ବେଦନଶୀଳ କରିବା ଲାଗି କାର୍ଯ୍ୟଶାଳା ଆୟୋଜନ ଏବେ ଜରୁରି। 

ବିଚାରପତି ଏସ୍.ଏସ୍. ସିନ୍ଦେ ଓ ଏମ.ଏସ୍‌ କାର୍ଣ୍ଣିକଙ୍କ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରିବା ବେଳେ ଜେଲରେ କେହି ନବଲଖାଙ୍କ ଚଷମା ଚୋରାଇ ନେଇଥିବା ବେଳେ ତାଙ୍କ ଘରୁ ଆସିଥିବା ଚଷମାକୁ ଜେଲ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଦେଇଥିବା ଜାଣିବାକୁ ପାଇଛନ୍ତି। ଏଥିଲାଗି ଖଣ୍ଡପୀଠ ଜେଲ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିବା ସହିତ ମାନବକିତା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ମାମଲାରେ ଜଷ୍ଟିସ୍ ସିନ୍ଦେ ଏଥିରୁ ଜେଲ କର୍ମଚାରୀଙ୍କ ଲାଗି କର୍ମଶାଳା ଆୟୋଜନର ଏହା ହିଁ ଉଚିତ ସମୟ ବୁଝାଯାଉଛି ବୋଲି କହିଛନ୍ତି। ଚଷମା ଭଳି ଏକ ବସ୍ତୁକୁ ଜେଲ ଅଗ୍ରାହ୍ୟ କରିପାରେ କି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି।

ନବଲଖାଙ୍କ ପରିବାର ସେ ରହୁଥିବା ତଲୋଜା ଜେଲରେ ନଭେମ୍ବର ୨୭ ତାରିଖରୁ ଚଷମା ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ।  ଚଷମା ବିନା ନବଲଖା ପ୍ରାୟ ଅନ୍ଧ। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଚଳିତମାସ ପହିଲାରେ ଡାକ ଯୋଗେ ତାଙ୍କ ଲାଗି ଏକ ହଳ ଚଷମା ପଠାଇଥିଲେ। ହେଲେ କାରାଗାର କର୍ତ୍ତୃପକ୍ଷ ଚଷମା ଗ୍ରହଣ ନ କରିବାରୁ ତାହା ନବଲଖାଙ୍କ ଘରକୁ ଫେରିଯାଇଥିଲା। ଜେଲରେ ନବଲଖା ଏବେ ଗୁରୁତର ସଂକଟ ଦେଇ ଗତି କରୁଛନ୍ତି। ଚଷମା ନଥିବାରୁ ସେ ଆଖପାଖର ଜିନିଷ ଦେଖି ପାରୁନାହାନ୍ତି। ଏଥିରେ ସେ ରଖିଥିବା ବ୍ଲଡ ପ୍ରେସର ଔଷଧ ଖୋଜି ନ ପାଇବା ଯୋଗୁ  ଅସୁସ୍ଥ ହୋଇପଡିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ମାଓବାଦୀଙ୍କ ସହ ଏଲଗାର ପରିଷଦର ସମ୍ପୃକ୍ତି ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଅନ୍ୟମାନଙ୍କ ସହ ନବଲଖାଙ୍କୁ ମଧ୍ୟ ଗିରଫ କରିଛି।  ଏଲଗାର ପରିଷଦର ମାଓ ସମ୍ପର୍କ ଜଣାପଡିବା ପରେ ପ୍ରାୟ ୩ ବର୍ଷ ପୂର୍ବେ ନବଲଖା ଏନଆଇଏରେ ଆତ୍ମସମର୍ପଣ କରିଥିଲେ। ଭୀମା କୋରେଗାଓଁ ହିଂସା ପଛରେ ଏଲଗାର ପରିଷଦ ନେତାଙ୍କ ହାତ ଥିବା ସନ୍ଦେହ କରାଯାଉଛି।

   Related Posts