ମାନହାନୀ ମକଦ୍ଦମା ନେଇ ଶିଳ୍ପାଙ୍କୁ ବମ୍ୱେ ହାଇକୋର୍ଟଙ୍କ କଡ୍ଡା ତାଗିଦ୍, କହିଲେ ପୋଲିସ ସୂଚନା ଆଧାରରେ ରିପୋର୍ଟିଂ ଅପମାନଜନକ ନୁହେଁ

Published By : Prameya-News7 Bureau | July 31, 2021 IST

ମୁମ୍ୱାଇ ୩୧/୦୭ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି । ୨୯ ମିଡିଆ ହାଉସ ବିରୋଧରେ କରିଥିବା ମାନହାନି ମକଦ୍ଦମାର ଶୁଣାଣି କରିଛନ୍ତି ବମ୍ୱେ ହାଇକୋର୍ଟ । ତେବେ ଶୁଣାଣି ସମୟରେ ମିଡିଆକୁ ଚୁପ ରହିବା ଘଟମାକୁ ମନା କରିଛନ୍ତି କୋର୍ଟ୍ । ବମ୍ୱେ ହାଇକୋର୍ଟ କହିଛନ୍ତି ଯଦି ଗଣମାଧ୍ୟମ ଖବର ପ୍ରସାରଣ କରୁଛି ତେବେ ଏହା ଭୁଲ ନୁହେଁ ।

wp:gallery {"ids":[488560],"linkTo":"none"} /wp:gallery

ଏଥିରେ ଅସୁବିଧା ରହିଲା କେଉଁଠି । ତାଙ୍କ ଆଇନଜୀବୀଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଆପଣଙ୍କ ଏଜେଣ୍ଟଙ୍କ ସ୍ୱାମୀଙ୍କ ବିରୋଧରେ ବର୍ତ୍ତମାନ କେସ ଚାଲୁଛି । ତେଣୁ କୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବେନି । ଆପଣଙ୍କ କ୍ଲାଏଣ୍ଟ ଯେ କେହି ବି ହୁଅନ୍ତୁ ନାଁ ନାଁ କାହିଁକି ମାନବାନୀ ପାଇଁ ଗୋଟିଏ ନିୟମ ରହିଛି ।
କୋର୍ଟର କାମ ନୁହେଁ ସବୁ ଖବର ଯାଞ୍ଚ କରିବା ?
କୋର୍ଟ ଆହୁରି କହିଛନ୍ତି କଣ ଆପଣ ଚାହୁଁଛନ୍ତି କୋର୍ଟ ବସି ସବୁ ଖବରର ଯାଞ୍ଚ କରନ୍ତୁ । ପୋଲିସ ସୂଚନା ଆଧାରରେ ପ୍ରସ୍ତୁତ ଖବର ଦୁର୍ଭାଗ୍ୟଜନକ ବା ଅପମାନଜନକ ବୋଲି କହିହେବନି ।
କାନ୍ଦିବା ବା ସ୍ୱାମୀଙ୍କ ସହ ଝଗଡା କରିବା ମାନହାନୀ କିପରି ?
ଜଷ୍ଟିସ ଗୌତମ ପଟେଲ କହିଛନ୍ତି ଆପଣ ସାର୍ବଜନୀନ ଜୀବନକୁ ଚୟସ କରିଛନ୍ତି । ଆପଣହ୍କ ଜୀବନ ମାଇକ୍ରୋସ୍କୋପ ଭଳି । ପ୍ରଥମତଃ ଶିଳ୍ପା କାନ୍ଦିଥିଲେ ପରେ ସ୍ୱାମୀଙ୍କ ଝଗଡା ବି କରିଥିଲେ । ଏହାପରେ ତାଙ୍କ ବୟାୱ ରେକର୍ଡ କରାଯାଇଥିଲା । ଏହା କିପରି ମାନହାନୀ କରିବା ଘଟଣା ହେବ । ଏହା ଦେଖାଇଥାଏ କି, କରଣ ଆମେ ସମସ୍ତେ ମଣିଷ ।

wp:gallery {"ids":[488561],"linkTo":"none"} /wp:gallery


ଶିଳ୍ପାଙ୍କୁ କେହି କିଛି କହିଲେ କାହିଁକି ହୋଇଯାଏ ବଡ ଘଟଣା ?
ଯଦି ଆପଣ ଏହି ଘଟଣାରେ ଆମଠାରୁ କିଛି ଆଶା ରଖୁଛନ୍ତି କି, ଗଣମାଧ୍ୟମର ସ୍ୱାଧିନତା ଉପରେ ଆମର ଅଙ୍କୁଶ ଲଗାଇବା କଥା । ତାହେଲେ ସେ ଧାରଣା ଭୁଲ । ଶିଳ୍ପା ସେଟ୍ଟୀଙ୍କ ବିଷୟରେ ୟେ କେହି କିଛିବି କହିଲେ ସେ ଘଟଣା କାହିଁକି ବଢିଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଠି ଏସବୁ ଚଳିବନି, ଯଦି ଆପଣ ମୋ ବିଷୟରେ କିଛି ଭଲ ଲେଖିବା ବା କହିବେନି ତାହେଲେ କିଛି ନହି ଚୁପ ରହୁନ୍ତୁ ।
କଣ ଥିଲା ଘଟଣା ?
ପର୍ଣ୍ଣ ଚଳଚିତ୍ର ମାମଲାରେ ଗତି କିଛିଦିନ ତଳେ ମୁମ୍ୱାଇ ପୋଲିସର କ୍ରାଇମବ୍ରାଞ୍ଚର ଟିମ ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା । କିଛି ଗଣମାଧ୍ୟମ କହିବା ମୁତାବକ ଯେତେବେଳେ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀଙ୍କ ଆମନା ସାମନା ହୋଇଥିଲା । ସେତେବେଳେ ଶିଳ୍ପା ପ୍ରବଳ କାନ୍ଦିଥିଲେ । କେବଳ ସେତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ପ୍ରବଳ ମତାନ୍ତର ହୋଇଥିଲା । ଏହି ଘଟମାକୁ ନେଇ ଶିଳ୍ପା କିଛି ଗଣମାଧ୍ୟମଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୫ କୋଟିରମାନହାନି ମକଦ୍ଦମା ବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.