TRP ଅନିୟମିତତା ମାମଲା: ପୋଲିସକୁ ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ରଥମେ ଅର୍ଣ୍ଣବଙ୍କୁ ଜାରି ହେଉ ସମନ୍

Published By : Prameya-News7 Bureau | October 19, 2020 IST

ମୁମ୍ବାଇ ୧୯।୧୦: ଅଭିଯୁକ୍ତ କରିବା ପୂର୍ବରୁ ପ୍ରଥମେ ରିପବଲ୍କିକ ଟିଭିର ଏଡିଟର-ଇନ୍-ଚିଫ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମନ ଜାରି କରାଯାଉ।  ବମ୍ବେ ହାଇକୋର୍ଟ ସୋମବାର ମୁମ୍ବାଇ ପୋଲିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଟେଲିଭିଜନ ଟିଆରପି ହେରଫେର ମାମଲାରେ ରୁଜୁ ଏତଲା ସନ୍ଦର୍ଭରେ ଗୋସ୍ୱାମୀଙ୍କ ପକ୍ଷରୁ ଉପସ୍ଥିତ ଓକିଲ ହରିଶ ସାଲଭେଙ୍କ ତର୍କ ରେକର୍ଡ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। 

{"id":347249,"sizeSlug":"large"}

 ଜଷ୍ଟିସ୍ ଏସ୍.ଏସ୍. ସିନ୍ଦେ ଓ ଜଷ୍ଟିସ ଏମ.ଏସ୍.କାର୍ଣ୍ଣିକ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ  ଅର୍ଣ୍ଣବଙ୍କ ଓକିଲ ହରିଶ ସାଲଭେ ଏପରି ମାମଲାରେ ସମନ ଜାରି ହେଲେ ରିପବ୍ଲିକ୍‌ ଟିଭି ଏଡିଟର-ଇନ୍‌-ଚିଫ୍‌ ତଦନ୍ତରେ ସାମିଲ ହେବା ସହ ସହଯୋଗ କରିବେ ବୋଲି କୋର୍ଟଙ୍କୁ କହିଥିଲେ।    ଖଣ୍ଡପୀଠ ଏଆରଜି ଆଉଟ ଲାୟର ମିଡିଆ ଲିଃ (ରିପବ୍ଲିକ ଓ ଆର ଭାରତ ପରିଚାଳନା କରୁଥିବା କମ୍ପାନୀ) ଓ  ଅର୍ଣ୍ଣବ ଗୋସ୍ୱାମୀଙ୍କ ଦ୍ୱାରା ଧୋକବାଜୀ, ଅପରାଧିକ ବିଶ୍ୱାସଘାତ ଓ ଅପରାଧିକ ଷଡ଼ଯନ୍ତ୍ର ଲାଗି କାଣ୍ଡିଭିଲି ଥାନାରେ ରୁଜୁ ଏତଲା ରଦ୍ଦ ଲାଗି ଆଗତ ପିଟିସନର ଶୁଣାଣିରେ ଏହି ନୋଟିସ୍ ଜାରି କରିଛନ୍ତି। 

{"id":347250,"width":579,"height":380,"sizeSlug":"large"}

ନଭେମ୍ବର ୪ ତାରିଖ ସୁଦ୍ଧା ତଦନ୍ତ ସମ୍ପର୍କିତ ସମସ୍ତ ଦସ୍ତାବେଜ ସିଲବନ୍ଦ ଲଫାପାରେ କୋର୍ଟଙ୍କୁ ଦାଖଲ ଲାଗି ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତି ଶୁଣାଣି ନଭେମ୍ବର ୫ ତାରିଖ ଅପରାହ୍ଣ ୩ଟାକୁ ଧାର୍ଯ୍ୟ ହୋଇଛି। ତେବେ ଗୋସ୍ୱାମୀଙ୍କୁ ଗିରଫରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ଲାଗି ସାଲଭେଙ୍କ ନିବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାରେ ଏପର୍ଯ୍ୟନ୍ତ ଗୋସ୍ୱାମୀ ଅଭିଯୁକ୍ତ ମଧ୍ୟ ନାହାନ୍ତି ଏଣୁ  ଏଭଳି କୌଣସି ଆଦେଶ ଦେବା ଅସମ୍ଭବ ବୋଲି କହିଛନ୍ତି ଖଣ୍ଡପୀଠ।

{"id":347252,"sizeSlug":"large"}

ତେବେ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଦୁର୍ବ୍ୟବହାର କରୁଥିବା ଓ ଯେକୌଣସି ମୂହୁର୍ତ୍ତରେ ଗିରଫ ମଧ୍ୟ କରିପାରେ ବୋଲି ସାଲଭେ ଖଣ୍ଡପୀଠଙ୍କୁ ସୂଚିତ କରିଥିଲେ। ଏହାର ଜବାବରେ ରିପବ୍ଲିକ ଟିଭିର ୭ ଜଣ କର୍ମଚାରୀଙ୍କୁ ସମନ ଜାରି ହୋଇଛି, ସେମାନଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ ଜଣକୁ ହେଲେ ଗିରଫ କରିନଥିବା ଖଣ୍ଡପୀଠ ଟିପଣୀ କରିଥିଲେ। 

{"id":347260,"sizeSlug":"large"}

ସେପଟେ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ରାଜ୍ୟ ପକ୍ଷରୁ  ବରିଷ୍ଠ ଓକିଲ କପିଲ ଶିବଲ କୋର୍ଟରେ ହାଜର ହୋଇଥିବା ବେଳେ ଅର୍ଣ୍ଣବଙ୍କୁ ସମନ ଜାରି ପ୍ରସ୍ତାବରେ ସମ୍ମତି ଜଣାଇଛନ୍ତି।  ତେବେ ଅର୍ଣ୍ଣବ ଗିରଫ ହେବେନି ଶିବଲ ସେପରି ସ୍ପଷ୍ଚ ଭାବେ କହିନାହାନ୍ତି। ହେଲେ ସମନ ଜାରିହେଲେ କିଏ ଗିରଫ କାହିଁକି ହେବ ବୋଲି ଖଣ୍ଡପୀଠ ଟିପଣୀ କରିଥିଲେ।  ଯଦିଓ ଏତଲାରେ ଅଭିଯୁକ୍ତ  କରାଯାଇ ନାହିଁ ତଥାପି ମୁମ୍ବାଇ ପୋଲିସ କଣିଶନର ଗୋସ୍ୱାମୀ ଓ ରିପବ୍ଲିକ ଟିଭି ପ୍ରତି କଡ଼ା ଆଭିମୁଖ୍ୟ ରଖୁଥିବା ସାଲଭେ କହିଛନ୍ତି।  ଏପରିକି ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପୋଲିସ କମିଶନର କଡ଼ା ବ୍ୟବହାର କରୁଥିବାର ସାଲଭେ କହିଥିଲେ।

{"id":347261,"width":580,"height":374,"sizeSlug":"large"}

ବର୍ତ୍ତମାନର ଏତଲାରେ ମହାରାଷ୍ଟ୍ର ପ୍ରଶାସନ ରିପବ୍ଲିକ ଟିଭିର ସାମ୍ବାଦିକତାର ସ୍ୱାତନ୍ତ୍ରତାକୁ ଟାର୍ଗେଟ୍ କରୁଥିବା ସାଲଭେ ଖଣ୍ଡପୀଠଙ୍କୁ ସୂଚିତ କରିଥିଲେ। ତେବେ ପିଟିସନ ଏବେ ଅପରିପକ୍ୱ ଓ ପ୍ରାଥମିକ ଅବସ୍ଥାରେ ଯାଞ୍ଚରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ବୋଲି  ସରକାରୀ  ଓକିଲ କପିଲ ଶିବଲ ତର୍କ ରଖିଥିଲେ।  ଯେହେତୁ ଏହା ଏକ ଅପରାଧିକ ମାମଲା ତେହେତୁ ଯାଞ୍ଚରେ ଦୁର୍ଭାବନାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଥିଲେ ଶିବଲ। ଶିବଲ କହିଥିଲେ ଯେ ଗୋସ୍ୱାମୀ କୌଣସି ସ୍ପେସିଆଲ ପ୍ରିଭିଲେଜର ହକଦାର ମଧ୍ୟ ନୁହଁନ୍ତି। କାରଣ ସେ ଜଣେ ସାମ୍ବାଦିକ, ଯଦି ତାଙ୍କର ଗିରଫ ଆଶଙ୍କା ରହୁଛି ତେବେ ଆଇପିସିର ଧାରା ୪୩୮ରେ ଅଗ୍ରୀମ ଜାମିନର ଲାଭ ନେଇପାରିବେ। 

{"id":347262,"width":577,"height":433,"sizeSlug":"large"}

ସୂଚନା ଯୋଗ୍ୟଯେ ଆବଦେନକାରୀ ମାମଲାରେ ସିଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଶୀର୍ଷ ଅଦାଲତଙ୍କ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ପିଟିସନକୁ ଶୁଣାଣି ଲାଗି ଅଗ୍ରାହ୍ୟ କରିଦେଇଥିଲେ। ଅନ୍ୟପକ୍ଷରେ ନିବେଦନକାରୀଙ୍କୁ ମାମଲାରେ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।  ଆବେଦନକାରୀ ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ପିଟିସନରେ ଏତଲାକୁ ରିପବ୍ଲିକ୍ ଟିଭି ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ଏତଲା ଉପରେ ମୁମ୍ବାଇ ପୋଲିସ ବିଦ୍ୱେଷପୂର୍ଣ୍ଣ ଭାବନାରେ କାର୍ଯ୍ୟାନୁଷ୍ଠାନ କରୁଥିବା ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.