Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||
  • ଲମତାପୁଟ : ଚୋରା ଚାଲାଣ ରୋକିବାକୁ ପଦକ୍ଷେପ, ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରଞ୍ଜିଆ : ନିଖୋଜର ୨ ଦିନ ପରେ ମିଳିଲା ମୃତଦେହ, ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଶ୍ରମିକ
  • ||
  • ବଲାଙ୍ଗୀର : ମମିତା ମେହେର ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ୍ : କାର୍‌ରେ ନୁହେଁ ହଷ୍ଟେଲରେ ତଣ୍ଟି ଚିପି ମାରିଛି ଗୋବିନ୍ଦ !
  • ||
  • ତେଲକୋଇ : ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ
  • ||
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||

ହାଇକୋର୍ଟଙ୍କ ଆଦେଶ- କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍‌ ଦାୟୀ ନୁହନ୍ତି

26/04/2021 at 6:16 PM

ମୁମ୍ବାଇ ୨୬।୦୪: ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍‌ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍‌ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ଵୟ ପାଇଁ ହ୍ଵାଟ୍ସଆପ୍‌ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି। କିନ୍ତୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜନକ ପୋଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ହ୍ଵାଟ୍ସଗ୍ରୁପକୁ ନେଇ ବଡ ନିଷ୍ପତ୍ତି ଆସିଛି। ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ କହିଛନ୍ତି, ହ୍ଵାଟ୍ସଆପ୍‌ରେ ଅନ୍ୟ ସଦସ୍ୟ ପକ୍ଷରୁ ଆପତ୍ତିଜନକ ପୋଷ୍ଟ କରାଗଲେ ସେଥିପାଇଁ ଆଡମିନ୍ ଦାୟୀ ରହିବେ ନାହିଁ। ଏଥିସହ ଅଦାଲତ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଯୌନ ଉତ୍ପୀଡନ ମାମଲା ମଧ୍ୟ ଖାରଜ କରିଛନ୍ତି।

ବିଚାରପତି ଜେଡଏ ହକ୍‌ ଓ ବିଚାରପତି ଏବି ବୋରକରଙ୍କ ପୀଠ କହିଛନ୍ତି, ହ୍ଵାଟ୍ସଆପ୍‌ର ଆଡମିନ୍ ପାଖରେ କେବଳ ଗ୍ରୁପର ସଦସ୍ୟଙ୍କୁ ଯୋଡିବା ଏବଂ ହଟାଇବାର ଅଧିକାର ରହିଥାଏ। ଗ୍ରୁପରେ ଦିଆଯାଉଥିବା ଅନ୍ୟ କୌଣସି ପୋଷ୍ଟ, କେଉଁ ପ୍ରକାରର ବିଷୟବସ୍ତୁ ପୋଷ୍ଟ ହେବ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋକିବାର କ୍ଷମତା ଆଡମିନ୍ ପାଖରେ ନାହିଁ।

ଅଦାଲତ ଜଣେ ହ୍ଵାଟ୍ସଆପ୍ ଆଡମିନ୍‌ଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି। ଆବେଦନକାରୀ ହେଉଛନ୍ତି କିଶୋର ତରୋନେ। ତରୋନେ ଗୋନ୍ଦିଆ  ଜିଲ୍ଲାରେ ନିଜ ବିରୋଧରେ ବିଭିନ୍ନ ଧାରାରେ ରୁଜୁ ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ।

ସୂଚନା ଅନୁଯାୟୀ, ତରୋନେ ନିଜ ହ୍ଵାଟ୍ସଆପ୍‌ ଗ୍ରୁପରେ ଜଣେ ମହିଳା ସଦସ୍ୟଙ୍କ ବିରୋଧରେ ଅଶ୍ଳୀଳ ଏବଂ ମର୍ଯ୍ୟାଦାହୀନ ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲେ। ପୀଠ ନିଜ ଶୁଣାଣିରେ କହିଛନ୍ତି, ମାମଲାର ସାର ମର୍ମ ଏହା ଯେ, କୌଣସି ହ୍ଵାଟ୍ସଆପ୍‌ ଗ୍ରୁପରେ ଅନ୍ୟ ସଦସ୍ୟ ଦ୍ଵାରା ହେଉଥିବା ଆପତ୍ତିଜନକ ପୋଷ୍ଟ ପାଇଁ ଆଡମିନ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଉଚିତ୍ କି ନୁହେଁ? କୋର୍ଟ ମାମଲାର ଶୁଣାଣି କରି ତରୋନେଙ୍କ ବିରୋଧରେ ରୁଜୁ ଏଫଆଇଆର ଖାରଜ କରିଛନ୍ତି।

   Related Posts