Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କଙ୍ଗନା ରଣାୱତଙ୍କୁ ଝଟକା, ଜାଭେଦ ଅଖତରଙ୍କ ମାନହାନି ମାମଲାରେ ଖାରଜ ହେଲା ଅଭିନେତ୍ରୀଙ୍କ ଆବେଦନ

9/09/2021 at 1:21 PM

ନୂଆଦିଲ୍ଲୀ ୦୯/୦୯ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗୀତିକାର ଜାଭେଦ୍ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମାକୁ ବନ୍ଦ କରିବା ପାଇଁ ଅଭିନେତ୍ରୀ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ।

ସୂଚନା ଅନୁଯାୟୀ, ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରର ଏହି ମାମଲା। ଯେତେବେଳେ କଙ୍ଗନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଲୋକଙ୍କ ଉପରେ ସୁଶାନ୍ତ ସିଂଙ୍କ ମୃତ୍ୟୁର ଅଭିଯୋଗ ଲଗାଇଥିଲେ। ଏହି ନାମଗୁଡ଼ିକ ମଧ୍ୟରୁ ଜଣେ ଜାଭେଦ ଅଖତର ଥିଲେ। ଜାଭେଦ ଅଖତରଙ୍କ ବିରୋଧରେ କଙ୍ଗନା ଖୋଲାଖୋଲି ଭାବେ ଅନେକ ଅଭିଯୋଗ କରିଥିଲେ, ଏହା ପରେ ଜାଭେଦ ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ଜାଭେଦ୍-କଙ୍ଗନାଙ୍କ ଏହି ମାମଲା ବମ୍ବେ ହାଇକୋର୍ଟରେ ରହିଛି, ଯେଉଁଠାରେ କଙ୍ଗନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଆବେଦନ କରିଥିଲେ। ଏହି ମାମଲାକୁ ବନ୍ଦ କରିବା ପାଇଁ କଙ୍ଗନା ବମ୍ବେ ହାଇକୋର୍ଟରେ ଦାଖଲ କରିଥିଲେ, ଯାହାକୁ ବର୍ତ୍ତମାନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଆବେଦନକୁ ଖାରଜ କରିବା ପରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅସୁବିଧା ବଢୁଥିବା ଜଣାପଡିଛି।

   Related Posts