ମହାରାଷ୍ଟ୍ର ଛାଡିବେନି ବୋଲି ଚାକିରୀରୁ ଇସ୍ତଫା ଦେଲେ ମୁମ୍ବାଇ ହାଇକୋର୍ଟର ବରିଷ୍ଠ ବିଚାରପତି

Published By : Prameya-News7 Bureau | February 14, 2020 IST

ମୁମ୍ବାଇ ୧୪।୨: ବମ୍ବେ ହାଇକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ସତ୍ୟରଞ୍ଜନ ଧର୍ମାଧିକାରୀ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଏଥିଲାଗି ସେ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ବ୍ୟକ୍ତିଗତ ଓ ପାରିବାରିକ କାରଣ ଯୋଗୁ ମହାରାଷ୍ଟ୍ର ବାହାର ରାଜ୍ୟକୁ ସେ ବଦଳି ହେବାକୁ ଚାହାନ୍ତିନି। ଏଣୁ ଚାକିରୀରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

{"id":224454,"sizeSlug":"large"}

ଏ ନେଇ ସେ ଗଣମାଧ୍ୟମ ସହ ଆଲୋଚନା କାଳରେ ତାଙ୍କୁ କୌଣସି ଏକ ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତୀ ଦିଆଯାଇଥିବା କହିଛନ୍ତି। ତେବେ ସେ ମୁମ୍ବାଇ ଛାଡିବାକୁ ଚାହୁଁନଥିବାରୁ ପଦୋନ୍ନତୀ ଗ୍ରହଣ କରିନଥିବା ବେଳେ ଚାକିରୀରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ମୁମ୍ବାଇ ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ଚାହୁଁଥିଲେ। ତେବେ ଏହି ପଦକୁ ତାଙ୍କୁ ପଦୋନ୍ନତୀ ମିଳିପାରିନଥିଲା। ଏଣୁ ସେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଥିବା କହିଛନ୍ତି।

{"id":224455,"sizeSlug":"large"}

ଜଷ୍ଟିସ୍ ଧର୍ମାଧିକାରୀଙ୍କ ଚାକିରୀ ଆଉ ୨ ବର୍ଷ ଥିଲା। ସେ ମୁମ୍ବାଇ ହାଇକୋର୍ଟରୁ ଅବସର ନେବାକୁ ଚାହୁଁଥିଲେ। ତେବେ କିଛି ବ୍ୟକ୍ତିଗତ ଦାୟିତ୍ୱ ଥିବାରୁ ସେ ମୁମ୍ବାଇ ବାହାରକୁ ଯିବାକୁ ଚାହୁଁ ନଥିଲେ। ଏଣୁ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ସେ ଇସ୍ତଫା ଦେଇଥିବା କଥା କାହାରିକୁ ଜଣାନଥିଲା। ହେଲେ ବରିଷ୍ଠ ଆଇନଜୀବି ମେଥ୍ୟୁ ନେଦମପାରା ଏକ ପିଟିସନ ଫାଇଲ କରି ଆଗାମୀ ସପ୍ତାହ ସୁଦ୍ଧା ଏହାର ଶୁଣାଣି ଲାଗି ନିବେଦନ କରିବାରୁ ଜଷ୍ଟିସ ଧର୍ମାଧିକାରୀ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଓକିଲ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। କିନ୍ତୁ ଜେତେବେଳେ ଧର୍ମାଧିକାରୀ ସେ ଇସ୍ତଫା ଦେଇ ସାରିଛନ୍ତି ଓ ଶୁକ୍ରବାର କୋର୍ଟରେ ତାଙ୍କର ଶେଷ ଦିନ ବୋଲି କହିଲେ ଓକିଲଙ୍କୁ ଝଟକା ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.