ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବ ସ୍ଥଳକୁ ନେଇ ଆପତ୍ତି କଲେ ବମ୍ବେ ହାଇକୋର୍ଟ, ଜାଣନ୍ତୁ କହିଛନ୍ତି କ’ଣ

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧:  ଶିବସେନା ମୁଖିଆ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବ ସ୍ଥଳକୁ ନେଇ  ବୁଧବାର ବମ୍ବେ ହାଇକୋର୍ଟ ଆପତ୍ତି କରିଛନ୍ତି। ତେବେ ଉତ୍ସବକୁ ରଦ୍ଦ କରିନଥିବା ବେଳେ ଆବଶ୍ୟକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବ ଶିବାଜୀ ପାର୍କରେ ଆୟୋଜନ ଲାଗି ସ୍ଥିରିକୃତ ହୋଇଛି। ତେବେ ସାର୍ବଜନିକ ମୈଦାନରେ ଏଭଳି କାର୍ଯ୍ୟକ୍ରମ ଯେପରି ଆଗକୁ ନିୟମିତ ନ ହୁଏ ସେଥିଲାଗି ଦୃଷ୍ଟି ଦେବାକୁ କୋର୍ଟ କହିଛନ୍ତି ।

{"id":190719,"sizeSlug":"large"}

ଜଷ୍ଟିସ ଏସ.ସି.ଧର୍ମାଧିକାରୀ ଓ ଜଷ୍ଟିସ୍ ଆର.ଆଇ.ଛାଗଲାଙ୍କ ଖଣ୍ଡପୀଠ ଏହି ଆପତ୍ତି କରିଥିବା ବେଳେ ଯଦି ଏଭଳି କାର୍ଯ୍ୟକ୍ରମକୁ ଅନୁମତି  ମିଳେ ତେବେ ଯେ କେହିବି ଏଭଳି କାର୍ଯ୍ୟକ୍ରମ ଲାଗି ଖୋଲା ପଡିଆକୁ ବାଛିବେ ବୋଲି କହିଛନ୍ତି।  ତେବେ ଗୁରୁବାର ହେବାକୁ ଥିବା ଶପଥପାଠ କାର୍ଯ୍ୟକ୍ରମକୁ କୋର୍ଟ ବିରୋଧ କରିନଥିଲେ ହେଁ ଏଭଳି କାର୍ଯ୍ୟକ୍ରମରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିଲାଗି ଦୃଷ୍ଟିଦେବାକୁ କହିଛନ୍ତି।

{"id":190720,"sizeSlug":"large"}

ସ୍ୱେଚ୍ଛାସେବୀ ସଙ୍ଗଠନ ୱିକମ୍ ଟ୍ରଷ୍ଟ ପକ୍ଷରୁ ଏ ନେଇ ପିଟିସନ ଫାଇଲ କରାଯାଇଥିବା ବେଳେ ଶିବାଜୀ ପାର୍କ ଖେଳ ପଡିଆ ନା ମନୋରଞ୍ଜନ ସ୍ଥଳ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ। ତେବେ କୋର୍ଟ ଏଭଳି କାର୍ଯ୍ୟକ୍ରମକୁ ଯଦି ମଞ୍ଜୁରି ଦିଆଯାଏ ତେବେ ଏହା ପରମ୍ପରାରେ ପରିଣତ ହେବ ଓ ଆଗକୁ ଏଭଳି କାର୍ଯ୍ୟକ୍ରମ ଲାଗି ସହରର ବିଭିନ୍ନ ପଡିଆକୁ ବ୍ୟବହାର କରିବେ ବୋଲି ସତର୍କ କରାଇଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.