Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଢ଼ାଉ ବେଳେ ଛାତ୍ରାବାସରୁ ବୋମା ତିଆରି ଉପକରଣ ଜବତ : ୫୮ କୋଠରୀ ସିଲ

17/04/2019 at 6:31 PM

ଏହ୍ଲାବାଦ ୧୭/୪ : ଉତ୍ତର ପ୍ରଦେଶ ଏହ୍ଲାବାଦ ବିଶ୍ୱ ବିଦ୍ୟାଳୟର ତାରାଚାନ୍ଦ ଛାତ୍ରାବାସରେ ଚଢ଼ାଉ ବେଳେ ବୋମା ତିଆରି ଉପକରଣ ଜବତ କରିଛି ପୋଲିସ | ଚଢ଼ାଉ ପରେ ପୋଲିସ ୫୮ କୋଠରୀକୁ ସିଲ କରିଦେଇଛି | ପୋଲିସ ଅନେକ ଗାଡି ମଧ୍ୟ ଜବତ କରିଛି | ପୋଲିସ ଚଢ଼ାଉ କରି ଅବୈଧ ଭାବେ ଛାତ୍ରଙ୍କ ତଲାସୀ କରି ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଥିଲା | ହଷ୍ଟେଲ ଖାଲି କରାଇବା ପାଇଁ ପୋଲିସ ଅର୍ଧ ସାମରିକ ବଳଙ୍କ ସାହାଯ୍ୟ ନେଇଥିଲା |


ସମାଜବାଦୀ ପାର୍ଟିର ପ୍ରବକ୍ତା ରିଚା ସିଂହ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି | ସେ ଟ୍ୱିଟ କରି ହଷ୍ଟେଲରେ ହୋଇଥିବା ଚଢ଼ାଉକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରଶାସନ ଉପରେ ଛାତ୍ରଙ୍କ ଉତ୍ପୀଡ଼ନ ଅଭିଯୋଗ ମଧ୍ୟ କରିଛନ୍ତି |

इलाहाबाद जिला प्रशासन और विश्वविद्यालय प्रशासन अपनी नाकामी को छिपाने,आरजकता और अपराध पर लगाम लगाने में असमर्थ है।अपनी नाकामी का ठीकरा छात्रों पर फोड़ने के लिये विश्वविद्यालय के छात्रावासों में रहने वाले आम छात्रों को जिला प्रशासन अपनी कुंठा का शिकार बना रहा है।
कृपया संज्ञान लें pic.twitter.com/Jg0XkkJVGP— Richa Singh (@RichaSingh_Alld) April 17, 2019

ରବିବାର ଦିନ ରୋହିତ ଶୁକ୍ଲା ନାମକ ୨୧ ବର୍ଷ ବୟସ୍କ ଜଣେ ଛାତ୍ରଙ୍କୁ ରାତି ପ୍ରାୟ ୨ଟା ବେଳେ ଗୁଳି କରି ହତ୍ୟା କରାଯାଇଥିଲା | ପ୍ରଥମେ ୧୦୦କୁ ଫୋନ କରି ପୋଲିସକୁ ସୂଚନା ଦିଆଯାଇଥିଲା | ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ରୋହିତଙ୍କ ମୃତ୍ୟୁ ହୋଇଯାଇଥିଲା | ପ୍ରାଥମିକ ସୂଚନା ଅନୁଯାୟୀ ଆଦର୍ଶ ତ୍ରିପାଠୀ ନାମକ ଛାତ୍ର ରୋହିତଙ୍କୁ ଗୁଳି କରିଥିଲା | ପୋଲିସ ଅଧିକାରୀ କହିଛନ୍ତିଙ୍କ ରୋହିତ ଶୁକ୍ଲାଙ୍କ ମୁଣ୍ଡ ପଛପଟେ ଗୁଳି କରାଯାଇଥିଲା | ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଘଟଣା ପରେ ଅଭିଯୁକ୍ତ ଫେରାର ଅଛି | ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି ଏବଂ ଘଟଣାର ତଦନ୍ତ କରୁଛି | ତେବେ ଛାତ୍ରାବାସରେ ଛାତ୍ର ବନ୍ଧୁକ କେମିତି ରଖୁଛନ୍ତି ଏବଂ ପ୍ରଶାସନ ଏନେଇ ସତର୍କ ଅଛି ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

   Related Posts