Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଘର ଚାରିପଟୁ ଫୋନୀ ବାତ୍ୟାର ଅଳିଆ ସଫାକଲାବେଳେ ମିଳିଲା ଅଫୁଟା ବୋମା, ରାଜଧାନୀରେ ଆତଙ୍କ

20/05/2019 at 5:31 PM

ଭୁବନେଶ୍ବର୨୦|୫: ସୋମବାର ସକାଳୁ ସକାଳୁ ରାଜଧାନୀରେ ପଡିଥିଲା ଚହଳ । ୟୁନିଟ ୯ରେ ଏକ ସରକାରୀ କ୍ବାଟର ପାଖରୁ ମିଳିଥିଲା ଦୁଇଟି ଅଫୁଟା ବୋମା । ଯାହାକୁ ନିସ୍କ୍ରୀୟ କରିଥିଲେ ବୋମା ନିସ୍କ୍ରୀୟକାରୀ ଦଳ ।

କ୍ବାଟର ନମ୍ବର ଆଇଭିଆର ୨୭ । ଏହା ଏକ ସରକାରୀ କ୍ବାଟର । ଯାହାର ପଛପଟୁ ମିଳିଥିଲା ଦୁଇଟି ଅଫୁଟା ବୋମା ।କ୍ବାଟର ମାଲିକ ଫନି ବାତ୍ୟାରେ  ଘରର ଚାରିପଟେ ପଡିଥିବା ଅଳିଆକୁ ସଫା କରୁଥିଲେ । ଏହି ସମୟରେ ଗୋଟିଏ ବ୍ୟାଗ ପଡିଥିବା ତାଙ୍କ ନଜରକୁ ଆସିଥିଲା । ବ୍ୟାଗଟି ଉଠାଇ ସଫା କରିବାକୁ ଯିବା ସମୟରେ ସେଥିରେ ଦୁଇଟି ଅଫୁଟା ବୋମା ଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଏହାପରେ କମିସନରେଟ ପୋଲିସର ଆଣ୍ଟି ବମ ସ୍କାର୍ଡ ପହଁଚି ଅଫୁଟା ବୋମାକୁ ପାଣିରେ ପକାଇ ନିଜ କବଜାକୁ ନେଇଥିଲା ।

ସେପଟେ ପୋଲିସ ଏହି ବୋମାକୁ କିଏ ଓକାହିଁକି ଆଣି ଏଠାରେ ରଖିଥିଲା ତାର ଛାନଭିନ ଆରମ୍ଭ କରିଦେଇଛି । ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା ସହିତ ସେଠାରେ କେଉଁ କେଉଁ ମାନେ ଆଡ୍ଡା ଜମାଉଥିଲେ ତାର ଏକ ତାଲିକା ପ୍ରସ୍ତୁତ କରି ତଦନ୍ତ ଚଳାଇଛି ।

ଗତ ନିର୍ବାଟନରେ ଦୁଇ ରାଜନୈତିକ ଦଳ ଉପରକୁ ଏହି ନିର୍ବାଚନ ମଣ୍ଡଳିରେ ବୋମା ମାଡ ହୋଇଥିବା ସାମନାକୁ ଆସିଥିଲା । ସେପଟେ ଭୋଟ ଗଣତି ପାଇଁ ଆଉ ଦୁଇଦିନ ବାକି ରହିଛି । ଏପରି ସ୍ଥଳେ କେହି ଆଗକୁ କାଉଁଣ୍ଟିଙ୍ଗ ପରେ ଗଣ୍ଡଗୋଳ ସୃଷ୍ଟି ପାଇଁ ଏଠାରେ ବୋମା ରଖିନଥିଲା ତ । ଯାହାର ତଦନ୍ତ କରୁଛି କମିସନରେଟ ପୋଲିସ ।

   Related Posts