Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୨ ଗୁରୁତର

25/10/2020 at 7:27 PM

ଇସ୍‌ଲାମାବାଦ ୨୫/୧୦: ପାକିସ୍ତାନ ପ୍ରାନ୍ତରେ ଅବସ୍ଥିତ ବଲୁଚିସ୍ତାନର ରାଜଧାନୀ କ୍ବେଟାରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ହଜରଗଞ୍ଜି ପୋଲିସ ଷ୍ଟେସନ୍‌ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ରବିବାର ଘଟିଥିବା ଏହି ବିସ୍ଫୋରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପାକିସ୍ତାନୀ ମିଡିଆରେ ପ୍ରକାଶିତ ରିପୋର୍ଟରୁ ଏନେଇ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ହଜରଗଞ୍ଜି ଅଞ୍ଚଳରେ ପାକିସ୍ତାନ ଡେମୋକ୍ରେଟିକ୍ ଆଲିଆନ୍ସର ସରକାର ବିରୋଧୀ ରାଲିର କିଛି କି.ମି ଦୂରରେ ଏହି ବିସ୍ଫୋରଣ ହୋଇଛି। ଆୟୁବ ମୈଦାନରେ ଆୟୋଜିତ ଏହି ରାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧ ପାଇଁ କରାଯାଇଥିଲା। ତେବେ  ଆଜିର ଏହି ବିସ୍ଫୋରଣ ଆୟୁବ ମୈଦାନରୁ ୩୦-୪୦ କି.ମି ଦୂରରେ ହୋଇଥିବା ଜଣାପଡ଼ିଛି।

   Related Posts