ବୋମାମାଡରେ ଫାଟିଲା ଘରର ଛାତ

Published By : Prameya-News7 Bureau | January 09, 2020 IST

ବାଙ୍କୀ ୯।୧:  ବାଙ୍କୀ ବୈଦେଶ୍ବର ଥାନା ପଣ୍ଡାଳମ୍ ଗାଁରେ ବୋମାମାଡ ହୋଇଛି । ବୋମାମାଡରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଫାଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୋମାମାଡ ନେଇ ବୈଦେଶ୍ବର ଥାନାରେ ମାମଲା ରୁଜୁ ହୋଇଛି ।

{"id":208856,"sizeSlug":"large"}

ଘଟଣାସ୍ଥଳରେ ବୈଦେଶ୍ବର ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.