Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଶ୍ଚିମବଙ୍ଗ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ନିକଟରେ ବୋମା ବିସ୍ଫୋରଣ: ସପ୍ତାହେରେ ଦ୍ୱିତୀୟ ଘଟଣା

14/09/2021 at 3:40 PM

କୋଲକାତା ୧୪/୦୯ : ପଶ୍ଚିମବଙ୍ଗରେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ନିକଟରେ ବୋମା ବିସ୍ଫୋରଣ ହୋଇଛି। ସାଂସଦଙ୍କ ଉତ୍ତର ୨୪ ପ୍ରଗଣା ସ୍ଥିତ ବାସଭବନରେ ସେପ୍ଟେମ୍ବର ୮ ତାରିଖରେ ମଧ୍ୟ ହମଲା କରାଯାଇଥିଲା। ସୋମବାର ଦିନ ମାମଲାର ଯାଞ୍ଚ ଦାୟିତ୍ୱ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ନିଜ ହାତକୁ ନେଇଛି।

ବୋମା ବିସ୍ଫୋରଣ ପରେ ଅର୍ଜୁନ ସିଂହ ଭିଡିଓ ସହ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, ‘ସେପ୍ଟେମ୍ବର ୮ ତାରିଖରେ ମୋ ଘର ସମ୍ମୁଖରେ ବୋମା ପକାଯାଇଥିଲା ଓ ଆଜି ସକାଳେ ପୁଣି ଘର ପଛପଟେ। ଅପରାଧୀଙ୍କୁ ଡର ଭୟ କିଛି ନାହିଁ। କାରଣ ତାଙ୍କୁ ଟିଏମସି ଓ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ସଂରକ୍ଷଣ ପ୍ରାପ୍ତ। ଅପରାଧୀ ଖୋଲାଖୋଲି ବୁଲୁଛନ୍ତି। ପୋଲିସ ତୃଣମୂଳର ଦଳଦାସ ପାଲଟିଛି। ଏହିଭଳି ହମଲାରୁ ନା କେବେ ଡ଼ରିଥିଲି ନା କେବେ ଡରିବି।’ ନିଜ ଟ୍ୱିଟରେ ସେ ଗୃହ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ସକାଳ ପ୍ରାୟ ୯ଟା ୧୦ ମିନିଟ୍ରେ ଅର୍ଜୁନ ସିଂହ ଭାଟପାଡା ବାସଭବନରୁ ପ୍ରାୟ ୨୦୦ ମିଟର ଦୂରରେ ଖାଲି ପଡିଥିବା ଜମିରେ ବୋମା ବିସ୍ଫୋରଣ ହୋଇଛି। ମାମଲା ଯାଞ୍ଚ ହେଉଛି।

ସାଂସଦ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ ସଦସ୍ୟ ତାଙ୍କ ଜୀବନ ନେବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ, ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମାରିବାକୁ ତୃଣମୂଳ କଂଗ୍ରେସ ଦ୍ୱାରା ହମଲା ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି।

ଟିଏମସିର ଉତ୍ତର ୨୪ ପ୍ରଗଣା ଅଧ୍ୟକ୍ଷ ପାର୍ଥ ଭୌମିକ ଆରୋପ ଖାରଜ କରିଛନ୍ତି ଓ କହିଛନ୍ତି ଯେ ବିଜେପି ସାଂସଦ ନିଜ ଘର ବାହାରେ ବିସ୍ଫୋରଣ ପାଇଁ କୌଣସି ପ୍ରକାରେ ନିଜେ ଦାୟୀ।

   Related Posts