ଆମେରିକାରେ ବରଫ ବାତ୍ୟା : ୧୩୩୯ ବିମାନ ରଦ୍ଦ

Published By : Prameya-News7 Bureau | March 14, 2019 IST

ନ୍ୟୁୟର୍କ ୧୪/୩ : ବମ ବାତ୍ୟାକୁ ନେଇ ଆମେରିକାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଘଣ୍ଟାପ୍ରତି ୧୧୦ କି:ମି: ବେଗରେ ପବନ ବୋହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ | ଏଥିପାଇଁ ୧୩୩୯ ଟି ବିମାନ ସେବା ରଦ୍ଦ କରିଦିଆଯାଇଛି | ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରୀ ଅଫିସ, ସ୍କୁଲ ଏବଂ ବଜାର ବନ୍ଦ କରିଦିଆଯାଇଛି |

{"id":93534,"width":571,"height":380}

କୋଲରାଡୋର ରାଜ୍ୟପାଳ ବାତ୍ୟା ଆଶଙ୍କା ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି | କୋଲରାଡୋ, ବ୍ୟୋମିଙ୍ଗ, ନେବ୍ରାସ୍କା ଏବଂ ଦକ୍ଷିଣ ଡାକୋଟାରେ ଜାତୀୟ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି | ଘରୁ ବାହାରକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି | ଝଡତୋଫାନ ପାଇଁ ଆମେରିକାର ବିଭିନ୍ନ ସ୍ଥାନର ପରିସ୍ଥିତି ଖରାପ ରହିଛି |ରାସ୍ତାରେ ଗଛପଡିବା ଓ ପ୍ରଚଣ୍ଡ ତୁଷାର ଝଡ ଯୋଗୁଁ ଅନେକ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି |

{"id":93532}

ପାଣିପାଗ ବିଭାଗ କହିବାନୁଯାୟୀ, ଏହି ଝଡ଼ବାତ୍ୟା ବମ ବାତ୍ୟା | ଏହାକୁ ଶୀତ ଦିନିଆ ଝଡ଼ବାତ୍ୟା ବୋଲି ମଧ୍ୟ କୁହାଯାଏ | ଯେତେବେଳେ ପାରଦ ୨୪ ଘଣ୍ଟାରେ ୨୪ ମିଲିବାର ତଳକୁ ଖାସିଥାଏ ସେତେବେଳେ ଏହିଭଳି ଝଡ଼ବାତ୍ୟା ହୋଇଥାଏ |

wp:core-embed/twitter {"url":"https://twitter.com/i/status/1105892843493548032","type":"rich","providerNameSlug":"twitter","className":""}
https://twitter.com/i/status/1105892843493548032
/wp:core-embed/twitter

ରାଜ୍ୟପାଳଙ୍କ କାର୍ଯାୟଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ବାତ୍ୟାଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୨୫ଟି ରାସ୍ତା ଦୁର୍ଘଟଣା ହୋଇସାରିଲାଣି |ସେଥିପାଇଁ ବାହାରକୁ ବାହାରିବାବେଳେ ସାବଧାନ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି | ଗାଡି ଚଳାଇବାବେଳେ ମଧ୍ୟ ସାବଧାନ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି |

{"id":93533}

ରାସ୍ତା ଘାଟରେ ବରଫ ଭର୍ତ୍ତି ହୋଇ ରହିଛି | ରାସ୍ତାରେ ବରଫପାତ ସହ ବହୁତ ଜୋର ପବନ ମଧ୍ୟ ହେଉଛି | ଗାଡିର ହେଡ଼ ଲାଇଟ ଲଗାଇ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି | କାଚର ୱାଇପର ମଧ୍ୟ ଚାଲୁ ରଖିବା ପାଇଁ କୁହାଯାଇଛି | ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଅଧିକ ଦୂରକୁ ନଯିବା ପାଇଁ କୁହାଯାଇଛି | ଲୋକେ ଝଡତୋଫାନର ଫଟୋ ଏବଂ ଭିଡିଓ ଟ୍ୱିଟରରେ ସେୟାର କରୁଛନ୍ତି |

{"id":93535,"width":578,"height":324}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.