ଫୁଟିଗଲା ବୋମା, ପୋଡିଗଲା ନାବାଳକଙ୍କ ଗୋଡ

Published By : Prameya-News7 Bureau | May 16, 2020 IST

ବାଲିପାଟଣା, ୧୬|୦୫: ନଦୀ ପଠାରେ ପଡ଼ିଥିବା ବୋମାକୁ ଗୋଇଠା ମାରିବାରୁ ବିସ୍ଫୋରଣ ଘଟି ଜଣେ ନାବାଳକ ଆହତ ହୋଇଛନ୍ତି  । ଆହାତ ନାବାଳକଙ୍କର ଦୁଇ ଗୋଡ ପୋଡି ଯାଇଛି । ଏହି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲାପାଟଣାରେ ଘଟିଛି । ନାବାଳକୁ ପ୍ରଥମେ ପିପିଲି ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ନାବାଳକ ଜଣକ ଘରକୁ ଫେରିଛନ୍ତି ।

ବାଲିପାଟଣା ବ୍ଲକ ସୋମଣା ଶାସନ ଗ୍ରାମର ଇର୍ଫାନ୍ ଖାନ୍ ( ବୟସ ୧୫ ବର୍ଷ) ଭାର୍ଗବୀ ନଦୀକୁ ଦିନ ପ୍ରାୟ ୧ଟା ରେ ଗାଧୋଇବାକୁ ଯାଇଥିଲେ । ନଦୀପଠାରେ ପଡ଼ିଥିବା ଏକ ବୋମା କୁ ଇର୍ଫାନ୍ ଜାଣି ନପାରି ଗୋଇଠା ମାରିଥିଲେ । ଫଳରେ ବୋମାଟି ଫୁଟି ଯାଇଥିଲା । ବିସ୍ଫୋରଣରେ ଇର୍ଫାନ୍ ଙ୍କର ଦୁଇ ଗୋଡ ପୋଡ଼ି ଯାଇଛି । କିଏ ଏବଂ କାହିଁକି ନଦୀପଠାରେ ବୋମା ରଖିଥିଲା ତାହା ଜଣାପଡ଼ି ନାହିଁ । ବାଲିପାଟଣା ପୋଲିସ୍ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.