ଗାଈ ପାଟିରେ ଫୁଟିଲା ବୋମା

Published By : Prameya-News7 Bureau | February 25, 2021 IST

ଅନୁଗୋଳ୨୪/୨: ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବାରୁଦ ବୋମାରେ ଗୁରୁତର ହେଉଛନ୍ତି ଗୃହ ପାଳିତ ପଶୁ। ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ସାମାନ ଘଟଣା ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ଅଧୀନ ବାରକୋଟିଆ ଜଙ୍ଗଲରେ ସେହି ସମାନ ଘଟଣା ଦେଖିବାକୁ ମିଳିଛି। ଶିକାରୀର ବାରୁଦ ବୋମାରେ ଗୋଟିଏ ଗୁରୁତର ହୋଇଛି। ବୋମା ବିସ୍ଫୋରଣରେ ଗାଈର ମୁହଁଟି ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଯାଇଛି। ଏହି ବିସ୍ଫୋରଣରେ ୨ ଗାଈ ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ବାରକୋଟିଆ ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ଗୋରୁ ଜଙ୍ଗଲରେ ଚରିବା ବେଳେ ବୋମା ଖାଇ ଦେଇଥିଲା। ଗାଈ ପାଟିରେ ବୋମାଟି ବିସ୍ଫୋରଣ ହୋଇଥିଲ। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଗାଈ ପାଟିର ମାଂସପେଶୀ ଗୁଡିକ ଛିଣ୍ଡି ପଡିଥିଲା। ବିଭିନ୍ନ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। ହେଲେ ଜଙ୍ଗଲ ବିଭାଗ ଏଥିପ୍ରତି ଧ୍ୟାନ ହେଉ ନାହାନ୍ତି କି ଶିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ବାରାହା ଶିକାର ପାଇଁ ବୋମା ଖଞ୍ଜା ଯାଉଛି ହେଲେ ବଳି ପଡୁଛନ୍ତି ଗୃହ ପାଳିତ ପଶୁ। ଏଠି ପ୍ରଶ୍ନ ଉଠୁଛି, ଯଦି ଏହି ବାରୁଦ ବୋମା ଉପରେ ମଣିଷର ପାଦ ପଡିଯାଏ, ତେବେ ପରିସ୍ଥିତି କଣ ହେବେ। ଏଭଳି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.