Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

କଲମ୍ବୋରେ ୩ଟି ଚର୍ଚ୍ଚ ଏବଂ ୩ଟି ପଞ୍ଚତାରକା ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ : ୧୨୯ ମୃତ, ୩୦୦ ଗୁରୁତର, ଦେଖନ୍ତୁ ଭିଡିଓ

21/04/2019 at 12:33 PM

କଲମ୍ବୋ ୨୧/୪ : କଲମ୍ବୋ ଏବଂ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଆଜି ଇଷ୍ଟର ପର୍ବ ପାଳନ କରାଯାଉଥିବାବେଳେ ୬ଟି ବୋମା ବିସ୍ଫୋରଣ ହୋଇଛି | ବିସ୍ଫୋରଣ ୩ଟି ଚର୍ଚ୍ଚ ଏବଂ ୩ଟି ପଞ୍ଚତାରକା ହୋଟେଲରେ ହୋଇଥିଲା | ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ଜଣ ଗୁରୁତର ଆହତ ହୋଇଛନ୍ତି | ଚର୍ଚ୍ଚରେ ଇଷ୍ଟର ପର୍ବ ପାଳନ କରାଯାଉଥିବା ଯୋଗୁଁ ଚର୍ଚ୍ଚ ମାନଙ୍କରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ | ପୋଲିସ ସୂଚନା ଅନୁଯାୟୀ, କଲମ୍ବୋର ଏଂଥନୀ ଚର୍ଚ୍ଚ, ନୌଗାମ୍ବୋ ଚର୍ଚ୍ଚ ଓ ଵଟ୍ଟିକଲୋବରେ ଚର୍ଚ୍ଚକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି |


କଲମ୍ବୋରେ ୪୦, ନୌଗାମ୍ବୋରେ ୬୨ ଏବଂ ଵଟ୍ଟିକଲୋବରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି | ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣକାରୀ ଦ୍ୱାରା କରାଯାଇଥିବା ପୋଲିସ ଅଧିକାରୀ ସନ୍ଦେହ କରୁଛନ୍ତି |


ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି | ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ଜରୁରୀକାଳୀନ ବୈଠକ ଡାକିଛନ୍ତି | ସେନା ୨୦୦ ସୁରକ୍ଷାକର୍ମୀଙ୍କୁ ବିସ୍ଫୋରଣ ହୋଇଥିବା ଅଂଚଳରେ ନିୟୋଜିତ କରିଛି |


ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ କରି କହିଛନ୍ତି, କଲମ୍ବୋରେ ବୋମା ବିସ୍ଫୋରଣ ପରେ ଭାରତୀୟ ଉଚ୍ଚାୟୁକ୍ତ ସହ ଲଗାତାର ସମ୍ପର୍କ କରୁଛନ୍ତି | ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି | ବୋମା ବିସ୍ଫୋରଣ ପରେ ସୁଷମା ସ୍ୱରାଜ ଭାରତୀୟ ନାଗରିକଙ୍କ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି | ଯେକୌଣସି ସହାୟତା ପାଇଁ ଏହି ୨ଟି ନମ୍ବରରେ କଲ କରିପାରିବେ, +୯୪୭୭୭୯୦୨୦୮୨ +୯୪୭୭୨୨୩୪୧୭୬

   Related Posts