ସେନା ଓ୍ୱାର୍କସପରେ ବିସ୍ଫୋରଣ, ଜଣେ ଯବାନ ସହିଦ
28/03/2020 at 3:50 PM

ଜବଲପୁର, ୨୮|୦୩ : ମଧ୍ୟପ୍ରଦେଶର ଜବଲପୁରରେ ଥିବା ଏକ ଆର୍ମୀ ବେସ୍ ଓ୍ୱାର୍କସପରେ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ ୩ଜଣ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୁରକ୍ଷା ସଂସ୍ଥା ୫୦୬ ଆର୍ମୀ ବେସ ଓ୍ୱାର୍କସପରେ ଥିବା ଜିସିଏଫରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ନାଇଟ୍ରୋଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଥିବା କୁହାଯାଉଛି । ଘଟଣାର ତଦନ୍ତ ପାଇଁ ସେନା ବାହିନୀର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି । ଅଧିକ ତଦନ୍ତ ପରେ ହିଁ ସିଲିଣ୍ଡର କିପରି ବିସ୍ଫୋରଣ ହେଲା ତାହା ଜଣାପଡିବ ବୋଲି ଜଣେ ସେନାଧିକାରୀ କହିଛନ୍ତି ।